ନୀଳଗିରିରେ ପୁଲିସ ସମ୍ମୁଖରେ ଦମ୍ପତିଙ୍କୁ ଆକ୍ରମଣ । ଜମିବାଡି ବିବାଦ ନେଇ ଥାନାକୁ ଆସିଥିବା ବେଳେ ଥାନା ସମ୍ମୁଖରେ ଆକ୍ରମଣ

Advertisment
ନୀଳଗିରିରେ ପୁଲିସ ସମ୍ମୁଖରେ ଦମ୍ପତିଙ୍କୁ ଆକ୍ରମଣ । ଜମିବାଡି ବିବାଦ ନେଇ ଥାନାକୁ ଆସିଥିବା ବେଳେ ଥାନା ସମ୍ମୁଖରେ ଆକ୍ରମଣ

କନକ ବ୍ୟୁରୋ : ପୁଲିସ ସମ୍ମୁଖରେ ଦମ୍ପତିଙ୍କୁ ଆକ୍ରମଣ । ଜମିବାଡି ବିବାଦକୁ ନେଇ ଗଣ୍ଡଗୋଳ ପରେ ଅଭିଯୋଗ କରିବାକୁ ଆସିଥିବା ଦମ୍ପତିଙ୍କୁ ଫାଣ୍ଡି ସମ୍ମୁଖରେ ଦୁର୍ବୁତମାନେ ମାଡ କରି ଲହୁଲୁହାଣ କରିଦେଇଛନ୍ତି । ବାଲେଶ୍ୱର ନୀଳଗିରି ଅଂଚଳରୁ ଏଭଳି ଅଭାବନୀୟ ଖବର ଆସିଛି । ସୂଚନା ମୁତବାକ ଜମିକୁ ନେଇ ସ୍ଥାନୀୟ ଇଶ୍ୱରପୁର ଅଂଚଳର ହରେକୃଷ୍ଣ ଧାଉଁଡିଆଙ୍କ ପରିବାର ସହ ପଡୋଶୀଙ୍କ ଆଜି ସକାଳେ ଝଗଡା ହୋଇଥିଲା । ଏନେଇ ହରେକୃଷ୍ଣ ଏବଂ ତାଙ୍କ ପତ୍ନି ଇଶ୍ୱରପୁର ଫାଣ୍ଡିକୁ ଅଭିଯୋଗ କରିବାକୁ ଆସିଥିଲେ । ଫାଣ୍ଡି ସମ୍ମୁଖରେ ପହଂଚିବା କ୍ଷଣି ୧୦ରୁ ୧୫ ଦୁର୍ବୁତ ତାଙ୍କୁ ବାଡି ଏବଂ ଇଟାରେ ଆକ୍ରମଣ କରିଥିଲେ । ପରେ ପୁଲିସ ଦମ୍ପତିଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିବା ବେଳେ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe