କନକ ବ୍ୟୁରୋ:ପାକିସ୍ତାନ ପରେ ଏବେ ବାଙ୍ଗଲାଦେଶରେ ହିନ୍ଦୁଙ୍କୁ ଟାର୍ଗେଟ । ବାଙ୍ଗଲାଦେଶ ଖୁଲନା ଜିଲ୍ଲାରେ ଏକାଧିକ ହିନ୍ଦୁ ମନ୍ଦିର ଭାଙ୍ଗିବା ସହ ହିନ୍ଦୁଙ୍କ ବ୍ୟବସାୟ ସ୍ଥଳିରେ ଭଙ୍ଗାରୁଜା ଘଟଣାରେ ୧୦ଜଣଙ୍କୁ ଗିରଫ କରିଛି ପୋଲିସ ।ଏହି ଘଟଣା ଖୁଲନା ଜିଲ୍ଲା ଶିୟାଲି ଇଲାକାରେ ହୋଇଛି । କିଛି ମୁସଲାମାନ ଯୁବକ ଏକାଧିକ ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା କରିବା ସହ ମୂର୍ତ୍ତି ଭାଙ୍ଗିଦେଇଛନ୍ତି ।

Advertisment

publive-imageସାମାନ୍ୟ କଥାକୁ ନେଇ ହିନ୍ଦୁ ଓ ମସଲମାନ ଯୁବକଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲେ ବି ତାହା ଜଟିଳ ରୂପ ନେଇଥିଲା । ଏନେଇ ସ୍ଥାନୀୟ ପୋଳିସ ଆସି କିଛି ଯୁବକଙ୍କୁ ଗିରଫ କରି ବୁଝାସୁଝା କରିବା ପରେ ପରିସ୍ଥିତି ସାମାନ୍ୟ ହୋଇଥିଲା । ବାରମ୍ବାର ଆକ୍ରୋଶର ଶିକାର ହେଉଥିବା ହିନ୍ଦୁଙ୍କ ସୁରକ୍ଷା ନେଇ ହିନ୍ଦୁ ବିକାଶ ପରିଷଦ ଚିନ୍ତା ପ୍ରକଟ କରିଛି ।