ସିକ୍ୟୁରିଟି ଗାର୍ଡଙ୍କୁ ଆକ୍ରମଣ ଘଟଣା : ସାମ୍ନାକୁ ଆସିଲା ସିସିଟିଭି ଦୃଶ୍ୟ; ଆଜି ବୟାନ ରେକର୍ଡ କରିବ ପୋଲିସ

ସିକ୍ୟୁରିଟି ଗାର୍ଡଙ୍କୁ ଆକ୍ରମଣ ଘଟଣା : ସାମ୍ନାକୁ ଆସିଲା ସିସିଟିଭି ଦୃଶ୍ୟ; ଆଜି ବୟାନ ରେକର୍ଡ କରିବ ପୋଲିସ

କନକ ବ୍ୟୁରୋ : ସାମ୍ନାକୁ ଆସିଲା ଭୁବନେଶ୍ୱରରେ ସିକ୍ୟୁରିଟି ଗାର୍ଡଙ୍କୁ ଆକ୍ରମଣର ଦୃଶ୍ୟ । ଦୁର୍ବୃତ୍ତମାନେ ବିଚ୍ ରାସ୍ତାରେ ସିକ୍ୟୁରିଟି ଗାର୍ଡଙ୍କୁ ଆକ୍ରମଣ କରୁଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ବିଳମ୍ବିତ ରାତିରେ ରାଜଧାନୀ ରାଜରାସ୍ତାରେ ଆତଙ୍କ ଖେଳାଇଥିଲେ ଦୁର୍ବୃତ୍ତ । ପୁରୀକୁ ବାଇପାସ ରୋଡରେ ଯିବା ରାସ୍ତାରେ ଥିବା ମଂଗରାଜ ପଏଣ୍ଟରେ ଏହି ଘଟଣା ଘଟିଛି । ପାଣି ମାଗିବା ବାହାନାରେ ସିକ୍ୟୁରିଟି ଗାର୍ଡ ଗୌରାଙ୍ଗ ଦାସଙ୍କ ପାଖକୁ ଆସିଥିଲେ ଦୁର୍ବୃତ୍ତ । ଏହା ପରେ ତାଙ୍କଠାରୁ ମୋବାଇଲ୍ ଛଡାଇବାକୁ ଉଦ୍ୟମ କରଥିଲେ ।

ସେ ମୋବାଇଲ୍ ନଦେବାରୁ ତାଙ୍କ ଉପରେ ଆକ୍ରମଣ କରିଥିଲେ । ଖଣ୍ଡାରେ ତାଙ୍କ ଉପରେ ଆକ୍ରମଣ କରି ଚାଲିଥିଲେ ଦୁର୍ବୃତ୍ତ । ଏଥିରେ ଗୁରୁତର ହୋଇଛନ୍ତି ସିକ୍ୟୁରିଟି ଗାର୍ଡ ଗୌରାଙ୍ଗ ଦାସ । ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତିନି ଜଣ ଦୁର୍ବୃତ୍ତ ଏକ ସ୍କୁଟିରେ ଆସି ଗୌରଙ୍ଗଙ୍କ ଉପରେ ନିର୍ମମ ଭାବେ ଖଣ୍ଡାରେ ଆକ୍ରମଣ କରିଥିଲେ । ଏହାପରେ ସେମାନେ ଫେରାର ହୋଇଯାଇଛନ୍ତି । ସେପଟେ ଆଜି ସିକ୍ୟୁରିଟି ଗାର୍ଡଙ୍କର ବୟାନ ରେକର୍ଡ କରିବ ପୋଲିସ । ଘଟଣାସ୍ଥଳରେ ପହଞ୍ଚି କରିବା ସହ କେଉଁ ପରିସ୍ଥିତିରେ ଓ କାହିଁକି ଆକ୍ରଣ ହୋଇଛି ଏହାର ତଦନ୍ତ କରିବ ପୋଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe