କନକ ବୁରୋ : ସୁନ୍ଦରଗଡ ଲେଫ୍ରିପଡା ପୋଷ୍ଟ ମାଷ୍ଟର ସ୍ନିଗ୍ଧା ପ୍ରଧାନ ହତ୍ୟା ମାମଲାରେ ଗିରଫ ହେଲା ପୁରୁଷ ବନ୍ଧୁ । ଆଜି ଅଭିଯୁକ୍ତକୁ କାର୍ଟ ଚାଲାଣ କରିବ ଲେଫ୍ରିପଡା ପୋଲିସ । ପ୍ରେମରେ ସନ୍ଦେହରୁ ହତ୍ୟା କରିଛି ପିଶାଚ ପ୍ରେମିକ । ପୋଲିସ ଆଗରେ ହତ୍ୟା କରିଥିବା ସ୍ୱିକାର କରିଛି ଅଭିଯୁକ୍ତ ପ୍ରେମିକ । ସ୍ନିଗ୍ଧାଙ୍କ ପରିବାର ଲୋକେ ଉଭୟଙ୍କୁ ଅଲଗା କରିବାକୁ ସନ୍ଦେହ କରୁଥିଲା ପ୍ରେମିକ ନୟନ ସେଠ୍ ।

Advertisment

ସ୍ନିଗ୍ଧାକୁ ଚାକୁରେ ବାରମ୍ବାର ଭୁଷି ହତ୍ୟା କରିଥିଲା । ହତ୍ୟା କରିବା ପରେ ମୃତକଙ୍କ ମାଆଙ୍କୁ ହ୍ୱାଟ୍ସଆପରେ ହତ୍ୟାକାଣ୍ଡର ଲୋକେସନ୍ ପଠାଇଥିଲା । ଯୁବତୀଙ୍କ ସହ ତାଙ୍କ ପୁରୁଷ ବନ୍ଧୁ ନୟନଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ମେସେଜ ଦେଇ ଘଟଣାକୁ ଅଲଗା ମୋଡ ଦେବାକୁ ଚେଷ୍ଟା କରୁଥିଲା ଅଭିଯୁକ୍ତ ପ୍ରେମିକ । କିନ୍ତୁ ପରେ ସେ ଜୀବିତ ଥିବାରୁ ପୋଲିସର ସନ୍ଦେହ ବଢିଥିଲା । ପୋଲିସ ଅଭିୁଯକ୍ତକୁ ଅଟକ ରଖି ପଚାରାଉଚରା କରିବା ବେଳେ ହତ୍ୟା କରିଥିବା ନେଇ ଅଭିଯୁକ୍ତ ସତ ଉଗାଳିଛି ।

ହ୍ବାଟସ୍‌ଆପ୍‌ରେ ବାର୍ତ୍ତା ଆସିଥିଲା, ‘ସ୍ନିଗ୍ଧାକୁ ମାରି ବେଲସରିଆପଡ଼ା କୁଲାବିରା ଜଙ୍ଗଲରେ ଫିଙ୍ଗିଦେଇଛୁ ଓ ତାର ପ୍ରେମିକ ନୟନକୁ ହତ୍ୟାକରି ସରଫଗଡ଼ ଡ୍ୟାମ୍‌ରେ ପକାଇ ଦେଇଛୁ, ଖୋଜ। ଏହି ବାର୍ତ୍ତା ସହ ହତ୍ୟାସ୍ଥଳର ଚିତ୍ର ମଧ୍ୟ ସେୟାର କରିଥିଲା ହତ୍ୟାକାରୀ । ମା’ ଶାନ୍ତି କିଏ ମଜା କରୁଛି ଭାବି ଏହାକୁ ଗୁରୁତ୍ବ ଦେଇ ନଥିଲେ । ମଙ୍ଗଳବାର ସକାଳେ ସ୍ନିଗ୍ଧାଙ୍କ ରକ୍ତାକ୍ତ ମୃତଦେହ ମିଳିବା ପରେ ତାଙ୍କ ପାଦତଳୁ ମାଟି ଖସି ଯାଇଥିଲା। ଏହାପରେ ସ୍ନିଗ୍ଧା ସହ ନୟନଙ୍କୁ ମଧ୍ୟ କିଏ ହତ୍ୟା କରିଥିବା ଚର୍ଚ୍ଚା ହୋଇଥିଲା ।

କିନ୍ତୁ ସକାଳେ ନୟନ ଲେଫ୍ରିପଡ଼ାରେ ବୁଲୁଥିବା ଦେଖାଯାଇଥିଲା । ‌ଯାହାକୁ ସ୍ନିଗ୍ଧା ସହ ହତ୍ୟା କରାଯାଇଥିବା ସୂଚନା ଦିଆଯାଇଥିଲା, ସେ ଜୀବିତ ଥିବା ସନ୍ଦେହଘେରକୁ ଆସିଥିଲା। ନୟନ ହିଁ ତାର ଅନ୍ୟ ସହଯୋଗୀଙ୍କ ସହ ହତ୍ୟାକରି ଭୁଆଁ ବୁଲାଇବାକୁ ସମିତର ନାଁ ନେଇ ସ୍ନିଗ୍ଧାଙ୍କ ମୋବାଇଲ୍‌ରୁ ବାର୍ତ୍ତା ପଠାଇ ଥାଇପାରେ ବୋଲି ପରିବାର ଲୋକେ ସନ୍ଦେହ କରିଥିଲେ ।