କନକ ବ୍ୟୁରୋ : କଟକଣା ଭିତରେ ମାତିଛନ୍ତି ଲୁଟେରା । ଏକୁଟିଆ ଦେଖି ମହିଳାଙ୍କୁ ମହିଳାଙ୍କୁ ଛୁରୀ ମାରି ଲୁଟ ଉଦ୍ୟମ କଲେ ଲୁଟେରା । ଭୁବନେଶ୍ୱର ନୟାପଲ୍ଲୀ ଭିଆଇପି ରୋଡରେ ଘଟିଛି ଏହି ଘଟଣା । ଯାହାର ସଂପୂର୍ଣ୍ଣ ଚିତ୍ର ସିସିଟିଭିରେ କଏଦ ହୋଇଛି । ସୂଚନା ଅନୁସାରେ ସକାଳୁ ମହିଳା ଜଣଙ୍କ ପରିବା ଆଣିବା ପାଇଁ ଯାଉଥିଲେ । ଠିକ୍ ଏହି ସମୟରେ ତାଙ୍କୁ ଦୁବୃର୍ତ ଏକୁଟିଆ ଦେଖି ଧାରୁଆ ଛୁରୀରେ ଆକ୍ରମଣ କରି ଲୁଟ କରିବା ପାଇଁ ଚେଷ୍ଟା କରିଥିଲେ । ସେପଟେ ମହିଳା ଜଣକ ଗୁରୁତର ଅବସ୍ଥାରେ ନୟାପଲ୍ଲୀ ସ୍ଥିତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
ରାଜଧାନୀରେ ଲକଡାଉନରେ ମାତିଛନ୍ତି ଲୁଟେରା : ସୁନା ଚୁଡି ପାଇଁ କାଟିଲେ ମହିଳାଙ୍କ ବେକ; ଅଳ୍ପକେ ବର୍ତିଗଲେ ମହିଳା
/kanak/media/post_attachments/wp-content/uploads/2021/05/15-13.jpg)