କନକ ବ୍ୟୁରୋ: ପିଛା ଛାଡୁନି ବିବାଦ । ନିର୍ଦ୍ଦେଶକ ବର୍ମାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିବ ଗୁଇନ୍ଦା ବିଭାଗ । ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଗୁଇନ୍ଦା ବ୍ୟୁରୋର କର୍ମକର୍ତାମାନଙ୍କୁ କାବୁ କଲାବେଳେ ସେମାନଙ୍କୁ ମାରଧର କରିବା ସହ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗରେ ମାମଲା କରିବାକୁ ଘୋଷଣା କରିଛି ଗୁଇନ୍ଦା ବିଭାଗ । ଗୁରୁବାର ବର୍ମାଙ୍କ ବାସଭବନ ନିକଟରୁ ୪ଜଣ ଅଜ୍ଞାତ ବ୍ୟକ୍ତି ସନ୍ଦେହଜନକ ଭାବେ ବୁଲୁଥିବାବେଳେ ତାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀମାନେ ସେମାନଙ୍କୁ କାବୁ କରିଥିଲେ । ଧରାପଡିଥିବା ୪ଜଣ ଗୁଇନ୍ଦା ବିଭାଗର ଅଧିିକାରୀ ବୋଲି ଜଣାପଡିବାରୁ ପରେ ଛଡାଯାଇଥିଲା । ପରବର୍ତିୀ ସମୟରେ ଏଘଟଣା ନେଇ ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଥିଲା ।କୁହାଯାଇଥିଲା ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ଜନଗହଳି ପୂର୍ଣ୍ଣ ଅଂଚଳରେ ଗୁଇନ୍ଦା ତଥ୍ୟ ହାସଲ ପାଇଁ ଗୁଇନ୍ଦା ବିଭାଗର ଏହା ରୁଟିନ୍ ୱାର୍କ ଥିଲା ।

Advertisment

publive-image

ଉଲ୍ଲେଖଯୋଗ୍ୟ, ନିର୍ଦ୍ଦେଶକ ବର୍ମାଙ୍କ ଘର ନିକଟରୁ ୪ ଜଣ ଅଜ୍ଞାତ ବ୍ୟକ୍ତି ସନ୍ଦେହଜନକ ଭାବେ ବୁଲୁଥିବା ବେଳେ ତାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀମାନେ ସେମାନଙ୍କୁ କାବୁ କରିଥିଲେ। କିନ୍ତୁ, ପରେ ଧରାପଡ଼ିଥିବା ୪ ଜଣ ଅଜ୍ଞାତ ବ୍ୟକ୍ତି ଗୁଇନ୍ଦା ବ୍ୟୁରୋ (ଆଇବି)ର ଅଧିକାରୀ ବୋଲି ଜଣାପଡ଼ିଥିଲା। ପରବର୍ତ୍ତୀ ସମୟରେ ଏଘଟଣା ଉପରେ ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇ କୁହା ଯାଇଥିଲା ଯେ ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ଜନଗହଳି ଅଞ୍ଚଳରେ ଗୁଇନ୍ଦା ତଥ୍ୟ ହାସଲ କରିବା ପାଇଁ ଆଇବି ର ଅଧିକାରୀ ନିୟମିତ ବ୍ୟବଧାନରେ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ପଇଁତରା ମାରିଥାନ୍ତି। ତେଣୁ, ଆଇବିର ଏକ ୟୁନିଟ୍ ଜନପଥଠାରେ ନିୟୋଜିତ ହୋଇଥିଲା। ଏହାପରେ ଗୁଇନ୍ଦା ବ୍ୟୁରୋର ଏହି ୪ ଅଧିକାରୀଙ୍କୁ ମୁକ୍ତ କରିଦିଆ ଯାଇଥିଲା। ଏବଂ ଏହିଠାରେ ହିଁ ଏହି ବିବାଦର ପରିସମାପ୍ତି ଘଟିଥିଲା।

publive-image

କିନ୍ତୁ, ଗୁରୁବାର ସନ୍ଧ୍ୟାରେ ହଠାତ୍ ନିର୍ଦ୍ଦେଶକ ବର୍ମାଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କ ଗୁଇନ୍ଦା ବ୍ୟୁରୋର କର୍ମକର୍ତ୍ତାମାନଙ୍କୁ କାବୁ କଲାବେଳେ ସେମାନଙ୍କୁ ମାରଧର କରିବା ସହ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ କରି ସେମାନଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଘୋଷଣା କରିଛି ଗୁଇନ୍ଦା ବ୍ୟୁରୋ।