ମିର୍ଜାପୁରର ଲୋକପ୍ରିୟ ଅଭିନେତାଙ୍କ ପରଲୋକ । ଶୋକ ବ୍ୟକ୍ତ କଲେ ମୁନ୍ନା ତ୍ରିପାଠୀ ।

176

କନକ ବ୍ୟୁରୋ : ଲୋକପ୍ରିୟ ୱେବ ସିରିଜ ମିର୍ଜାପୁରର ଲୋକପ୍ରିୟ ଅଭିନେତା ବ୍ରହ୍ମା ମିଶ୍ରଙ୍କ ପରଲୋକ । ମିର୍ଜାପୁର ୱେବ ସିରିଜରୁ ପରିଚିତ ହୋଇଥିବା ବ୍ରହ୍ମାଙ୍କର ଆଜି ପରଲୋକ ହୋଇଛି । ମିଳିଥିବା ସୂଚନା ମୁତାବକ, ପୋଲିସ ମୁମ୍ବାଇ ସ୍ଥିତ ବାସଭବନରୁ ବ୍ରହ୍ମାଙ୍କର ମରଶରୀର ଜବତ କରିଥିବା ବେଳେ ମୃତ୍ୟୁର କାରଣ ଜାଣିବାକୁ ହସ୍ପିଟାଲକୁ ପଠାଇଛି । ବ୍ରହ୍ମାଙ୍କ ମୃତ୍ୟୁ ବାବଦରେ ସୋସିଆଲ ମିଡ଼ିଆରେ ଅଭିନେତା ଦିବ୍ୟନ୍ଦେୁ ଶର୍ମା ଫଟୋ ସେୟାର କରିବା ସହ ଲେଖିଛନ୍ତି ଆମ ଲଲିତ ଆଉ ନାହାନ୍ତି । ତାଙ୍କ ପାଇଁ ସମସ୍ତେ ପ୍ରାର୍ଥନା କରନ୍ତୁ । ବ୍ରହ୍ମା କୁମାରଙ୍କ ଆତ୍ମାକୁ ଭଗବାନ ଶାନ୍ତି ଦିଅନ୍ତୁ । ଏତେ କମ ବୟସରୁ ବ୍ରହ୍ମାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପ୍ରଂଶସକ ।

ବ୍ରହ୍ମା ମିଶ୍ର ଅନେକ ଫିଲ୍ମ ଓ ସିରିୟଲରେ କାମ କରିଛନ୍ତି । କିନ୍ତୁ ମିର୍ଜାପୁର ୱେବ ସିରିଜରୁ ତାଙ୍କୁ ନୂଆ ପରିଚୟ ମିଳିଥିଲା । ଏହି ୱେବସିରିଜରେ ଲଳିତ ଭୂମିକାରେ ଅଭିନୟ କରିଥିଲେ ବ୍ରହ୍ମା । ଦିବ୍ୟନ୍ଦେୁ ଶର୍ମା ତଥା ମୁନ୍ନା ତ୍ରିପାଠୀଙ୍କ ସହଯୋଗୀ ଭାବେ ନିଖୁଣ ଅଭିନୟ କରିଥିଲେ ବ୍ରହ୍ମା । ଆଉ ବ୍ରହ୍ମାଙ୍କ ଏହି ଭୂମିକାକୁ ବେଶ ପସନ୍ଦ କରିଥିଲେ ପ୍ରଂଶସକ । ଏପରିକି ବ୍ରହ୍ମା ନିଜେ ମଧ୍ୟ ଲଳିତ ଭୂମିକାକୁ ନିଜ ଅଭିନୟ କ୍ୟାରିୟରର ସବୁଠୁ ଭଲ ଭୂମିକା ବୋଲି କହିଥିଲେ ।

 

View this post on Instagram

 

A post shared by Divyenndu 💫 (@divyenndu)

ଭୋପାଳରେ ଜନ୍ମିତ ବ୍ରହ୍ମା ମିଶ୍ରଙ୍କର ପିଲାଟି ବେଳୁ ଅଭିନୟ ପ୍ରତି ରୁଚି ରହିଥିଲା । ପରେ ନିଜର ସ୍ୱପ୍ନ ପୂରା କରିବାକୁ ମୁମ୍ବାଇ ଚାଲି ଆସିଥିଲେ ବ୍ରହ୍ମା । ମାୟାନଗରୀରେ ଦୀର୍ଘ ଦିନ ସଂଘର୍ଷ କରି କିଛି ଫିଲ୍ମରେ ଅଭିନୟ କରିବାକୁ ସୁଯୋଗ ପାଇଥିଲେ । ମାଂଝୀ, ବଦ୍ରି କି ଦୁଲହନିୟା, ଚୋର ଚୋର ସୁପର ଚୋର ଭଳି ଫିଲ୍ମରେ ଅଭିନୟ କରିଥିଲେ । କିନ୍ତୁ ମିର୍ଜାପୁର ୱେବସିରିଜରେ ଅଭିନୟ କରିବା ପରେ ରାତାରାତି ତାଙ୍କର ପରିଚୟ ବଦଳି ଯାଇଥିଲା ।