ନାଟକ ପ୍ରଦର୍ଶନରେ ବିଶ୍ୱ ରେକର୍ଡ । ବିଶ୍ୱର ସବୁଠୁ ଲମ୍ବା ନାଟକ ପ୍ରଦର୍ଶନ କଲା ଝାରସୁଗୁଡାର ମିରର ଥିଏଟର

113

କନକ ବ୍ୟୁରୋ : ନାଟକ ପ୍ରଦର୍ଶନରେ ବିଶ୍ୱ ରେକର୍ଡ । ବିଶ୍ୱର ସବୁଠୁ ଲମ୍ବା ନାଟକ ପ୍ରଦର୍ଶନ କରିଛି ଝାରସୁଗୁଡା ବେଲପାହାଡର ମିରର ଥିଏଟର । ଗୁମାଡେରା ମାଳିପଡ଼ାସ୍ଥିତ ମିରର ଥିଏଟର ମଞ୍ଚରେ ବିନା ବ୍ରେକରେ ଲଗାତାର ୪୮ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ସମ୍ବଲପୁରୀ ନାଟକ କାଏଜୁରୀ ପ୍ରଦର୍ଶନ କରାଯାଇଛି । ଯାହା ଇଣ୍ଟରନ୍ୟାସନାଲ ଏକ୍ସସେଲେନ୍ସ ବୁକ ଅଫ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଛି । ଏହା କେବଳ ଝାରସୁଗୁଡା ଜିଲ୍ଲା ନୁହେଁ ସମଗ୍ର ରାଜ୍ୟ ଏବଂ ଦେଶ ପାଇଁ ଗୌରବ ଆଣିଛି ।

ଗତ ଡିସେମ୍ବର ୧ ତାରିଖ ସନ୍ଧ୍ୟା ୭ ଟା ୪୫ ମିନିଟରୁ କାଏଜୁରୀ ପ୍ରଦର୍ଶନ ଆରମ୍ଭ କରିଥିଲା ମିରର ଥିଏଟର । ଏହି ନାଟକଡିସେମ୍ବର ୩ ତାରିଖ ସନ୍ଧ୍ୟା ୯ ଟା ୩୩ରେ ସମାପ୍ତ ହୋଇଥିଲା । ଲଗାତାର ଭାବରେ ୪୯ ଘଣ୍ଟା ୪୮ ମିନିଟ ୧୨ ସେକେଣ୍ଡର ନାଟକ ପ୍ରଦର୍ଶନ କରାଯାଇଥବଲା । ସବୁଠୁ ଲମ୍ବା ଅବଧିର ନାଟକ ପ୍ରଦର୍ଶନ ପାଇଁ ଆଇଇଏ ବୁକ ଅଫ ୱାର୍ଲଡ ରେକର୍ଡ ସଂସ୍ଥା ପକ୍ଷରୁ ମିରର ଥିଏଟରକୁ ମାନପତ୍ର, ମେଡାଲ ଦେଇ ସମ୍ମାନିତ କରାଯାଇଛି । ଆଇଇଏ ବୁକ ଅଫ ୱାର୍ଡଲ ରେକର୍ଡର ଜୁରୀ ଡାକ୍ତର ସନ୍ଦୀପ ଏହି ନାଟକକୁ ଦେଖିବା ସହ ୱାର୍ଲଡ ରେକର୍ଡର ଆୱାର୍ଡ ପ୍ରଦାନ କରିଛନ୍ତି । ୨୦୦ ରୁ ଅଧିକ କଳାକାର ଏହି ନାଟକରେ ଅଭିନୟ କରିଛନ୍ତି । ସେମାନଙ୍କ ମଧ୍ୟରେ ଦେଢ଼ମାସର ଛୋଟ ଶିଶୁଠାରୁ ଆରମ୍ଭ କରି ୭୫ ବର୍ଷର ବରିଷ୍ଠ ନାଗରିକ ମଧ୍ୟ ଏହି ନାଟକରେ ଅଭିନୟକରିଛନ୍ତି ।