କନକ ବ୍ୟୁରୋ: ଖୋଲିଲା ମିରମ ହେଲଥ କେୟାରର ଷଷ୍ଠ ଷ୍ଟୋର । ଜାନୁଆରୀ ମାସ ୨୨ ତାରିଖରେ ମିରମର ଏହି ହେଲଥ କେୟାର ଷ୍ଟୋର ଖୋଲାଯାଇଛି । ଫ୍ରାଞ୍ଚାଇଜ୍ ପାର୍ଟନର ନବୀନ ଅଗ୍ରୱାଲ ଏହି ଷ୍ଟୋରର ଉଦଘାଟନ କରିଛନ୍ତି । ତେବେ ଏହା ହେଉଛି ମିରମ ହେଲଥ କେୟାରର ଦ୍ୱିତୀୟ ଫ୍ରାଞ୍ଚାଇଜ୍ ଷ୍ଟୋର । ମିରମ୍ ହେଲଥ କେୟାର ଆଜି ସୁଲଭ ମୂଲ୍ୟରେ ସ୍ୱାସ୍ଥ୍ୟ ସେବା ଓ ଉତ୍ପାଦ ଯୋଗେଇ ଦେବା ସହିତ ଡାକ୍ତରମାନଙ୍କର ପରାମର୍ଶକୁ ସମ୍ପୂର୍ଣ୍ଣ ମାଗଣା କରିଛି । ଖାଲି ସେତିକି ନୁହେଁ, ନାମୀଦାମୀ ମେଡିସିନ୍ ଉପରେ ଏଠାରେ ୧୫ ପ୍ରତିଶତ ରିହାତି ମିଳୁଥିବାବେଳେ, ଜେନେରିକ୍ ମେଡିସିନ୍ ଉପରେ ୩୦ରୁ ୭୦ ପ୍ରତିଶତ ରିହାତି ମିଳିପାରୁଛି । ଏଥିସହିତ ଏଠାରେ ସମସ୍ତ ପ୍ରକାର ପାଥୋଲୋଜି ପରୀକ୍ଷା ମଧ୍ୟ ସୁଲଭ ମୂଲ୍ୟରେ କରାଯାଇପାରୁଛି । ଯେଉଁଥିରେ ପ୍ରତି ଶନିବାର ଓ ରବିବାର ଲୋକମାନେ ୫୦ ଟଙ୍କା ଦେଇ ୫ଟି ଟେଷ୍ଟ କରିବା ସହିତ ଏହାର ଲାଭ ଉଠାଇପାରୁଛନ୍ତି । ମିରମ୍ ହେଲଥ କେୟାର କଟକ ଓ ଭୁବନେଶ୍ୱର ସହରରେ ହୋମ୍ ଡେଲିଭରି ସୁବିଧାକୁ ମାଗଣା କରିଥିବା ବେଳେ, ଘରୁ ଯାଇ ସାମ୍ପୁଲ କଲେକ୍ସନ ବି ମାଗଣାରେ କରୁଛି । ଯାହା ଫଳରେ ଅଧିକରୁ ଅଧିକ ଲୋକମାନେ ଏହାଦ୍ୱାରା ଲାଭବାନ ହୋଇପାରିବେ ବୋଲି କୁହାଯାଉଛି ।