ଏୟାର୍ ଷ୍ଟ୍ରାଇକରେ ଜୈଶର ୪ଟି ବିଲ୍ଡିଂ ଧ୍ୱଂସ ପାଇଥିବା କଥା ସତ: ରାଡାର୍ ଛବିରୁ ଧରାପଡ଼ିଲା ପାକିସ୍ତାନର ମିଛ

Advertisment
ଏୟାର୍ ଷ୍ଟ୍ରାଇକରେ ଜୈଶର ୪ଟି ବିଲ୍ଡିଂ ଧ୍ୱଂସ ପାଇଥିବା କଥା ସତ: ରାଡାର୍ ଛବିରୁ ଧରାପଡ଼ିଲା ପାକିସ୍ତାନର ମିଛ

ପାକିସ୍ତାନର ବାଲାକୋଟଠାରେ ଥିବା ଆତଙ୍କବାଦୀଙ୍କ ଉପରେ ଭାରତୀୟ ବାୟୁସେନା କରିଥିବା ଏୟାର୍‌ ଷ୍ଟ୍ରାଇକ୍‌ରେ ହୋଇଥିବା ସଂପୂର୍ଣ୍ଣ କ୍ଷୟକ୍ଷତିକୁ ଅସ୍ୱୀକାର କରିଥିଲା ପାକିସ୍ତାନ। ଭାରତୀୟ ବାୟୁସେନା ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦର ୪ଟି ବିଲ୍ଡିଂକୁ ଧ୍ୱଂସ କରିଥିବା ସୂଚନା ମିଳିଥିବା ବେଳେ ଏହାକୁ ପାକିସ୍ତାନ ଅସ୍ୱୀକାର କରିଥିଲା । ମାତ୍ର ଏବେ ଜାଣିବାକୁ ମିଳିଛି ଯେ ବାସ୍ତବରେ ଭାରତୀୟ ବାୟୁସେନା ୪ଟି ବିଲ୍ଡିଂକୁ ଧ୍ୱଂସ କରିଥିଲେ। ରାଡାର ଛବି ଦେଖିବା ପରେ ସତ ସାମ୍ନାକୁ ଆସିଛି।

publive-image

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ମଙ୍ଗଳବାର ରାତି ୩ଟା ୩୦ ସମୟରେ ଭାରତୀୟ ବାୟୁସେନାର ମିରାଜ୍‌-୨୦୦୦ ଯୁଦ୍ଧ ବିମାନ ପାକିସ୍ତାନ ସୀମାରେ ପଶି ଧ୍ୱଂସ କରିଥିବା ବିଲ୍ଡିଂଗୁଡ଼ିକ ଜୈଶ୍‌ ଦ୍ୱାରା ପରିଚାଳିତ ମାଦ୍ରାସା ମଧ୍ୟରେ ଥିଲା। ମିରାଜ-୨୦୦୦ ସେହି ବିଲ୍ଡିଂଗୁଡ଼ିକୁ ଧ୍ୱଂସ କରିଛି ବୋଲି ଗୁଇନ୍ଦା ରାଡାରରେ ଦେଖିବାକୁ ମିଳିଛି। ଧ୍ୱଂସ ପାଇଥିବା ୪ଟି ବିଲ୍ଡିଂକୁ ଜୈଶ୍‌ର ଗେଷ୍ଟ୍‍ ହାଇସ୍‌ ଭାବେ ବ୍ୟବହାର କରାଯାଉଥିଲା। ସେଠାରେ ମାସୁଦ୍‌ ଆଝାରର ଭାଇ ରହୁଥିଲା ବୋଲି ବି ସୂଚନା ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe