କନକ ବ୍ୟୁରୋ: ସବୁ ଜଳିଗଲା, ହେଲେ ଠାକୁର ଘର ବର୍ତ୍ତିଗଲା । ଯେତେବେଳେ ନିଆଁର ଭୟଙ୍କର ଆଁରେ ପୂରା ଘର ଜଳି ପୋଡି ପାଉଁଶ ହେଉଥିଲା ବଡ ଆଶ୍ଚର୍ଯ୍ୟ ଏବଂ ଅଦ୍ଭୂତ କଥା ଠାକୁର ଘରକୁ ନିଆଁ ଛୁଇଁ ପାରିନଥିଲା । ନିଆଁର ଧାସରେ ଘରଦ୍ୱାର ସବୁ ଛାରଖାର ହେଉଥିବା ବେଳେ ଦେବାଦେବୀ ରହୁଥିବା ଘରକୁ ନିଆଁ ନଛୁଇଁବା ସମସ୍ତଙ୍କୁ ଚକିତ କରିଛି ।

Advertisment

ଭୁବନେଶ୍ୱର ପଟିଆରେ ଅଗ୍ନିକାଣ୍ଡରେ ଆପାର୍ଟମେଂଟର ୮ ନମ୍ବର ମହଲାରେ ଥିବା ଘରେ ଅଧାରୁ ଅଧିକ ଭାଗ ନିଆଁରେ ପୋଡ଼ିଯାଇଥିବା ବେଳେ ଠାକୁର ଘରେ ନିଆଁ କିନ୍ତୁ ପହଞ୍ଚି ପାରିନାହିଁ । ଏପରି ଏକ ଘଟଣା ସମସ୍ତଙ୍କୁ ତାଜୁବ କରିଥିବା ବେଳେ ଡ୍ରଇଂ ରୁମ ପାଖରେ ଥିବା ଏକ ବଖରାର ଗୋଟିଏ ପଟେ ଠାକୁରଙ୍କ ଆସ୍ଥାନ ରହିଛି । ତେବେ ଆପାର୍ଟମେଂଟର ୮ ନମ୍ବର ମହଲାରେ ଇନଭର୍ଟରରୁ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଥିବା ବେଳେ କୌଣସି ଗୋଟିଏ ବି ଜିନିଷ ନିଆଁ ଆଁରୁ ବର୍ତ୍ତିନି ।

publive-image
ନିଆଁ ଲାଗିବାର ମାତ୍ର କିଛି ସମୟରେ ସମ୍ପୂର୍ଣ୍ଣ ପାଉଁଶ ହୋଇଛି ଘର । ଡ୍ରଇଁରୁମରୁ ବେଡ଼ ରୁମ୍ ଯାଏଁ ସବୁଠି ନିଆଁ । ଘରର ସମସ୍ତ ଆସବାବପତ୍ର ବି ପୋଡ଼ି ପାଉଁଶ ହୋଇଛି । ଭୁବନେଶ୍ୱର ପଟିଆ ସ୍ଥିତ କେ କେ ପ୍ଲାଜା ଆପାର୍ଟମେଂଟର ୮ ମହଲାରେ ଥିବା ଏକ ଫ୍ଲାଟରେ ହୋଇଥିବା ଅଗ୍ନିକାଣ୍ଡ ସମସ୍ତଙ୍କ ମନରେ ଛନକା ପଶାଇଛି । ଘରର ସଦସ୍ୟ ଘନ ବନ୍ଦ କରି ଅନ୍ୟତ୍ର ଯାଇଥିବା ବେଳେ ଏପରି ଅଘଟଣ ଘଟିଛି ଆଉ ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ନିଆଁରେ ସବୁ ପୋଡି ପାଉଁଶ ହୋଇଥିବା ବେଳେ ଠାକୁର ଘର ବର୍ତ୍ତିଯାଇଛି ।