ନୟାଗଡ଼ର ନିଆରା କଳା । ହାତ, ପାଟି ଓ ଛାତିରେ ନୂଆ ନୂଆ ଶବ୍ଦ ବାହାର କରୁଛନ୍ତି ପଞ୍ଚମ ଶ୍ରେଣୀର ଛାତ୍ର ।

509

କନକ ବ୍ୟୁରୋ: ବିନା ଗୁରୁରେ ସାଧନା । ନିଜସ୍ୱ ଉଦ୍ୟମରେ ନିଆରା କଳାକୁ ଆପଣାଇଛନ୍ତି ଜଣେ ପଂଚମ ଶ୍ରେଣୀ ଛାତ୍ର । ଖାଲି ସେତିକି ନୁହଁ, ନିଜର ଏହି କଳାକୁ ସାନ ସାନ ଭାଇ ଭଉଣୀଙ୍କ ମଧ୍ୟରେ ବାଂଟି ଚାଲିଛନ୍ତି । ହେଲେ ବଣ ମଲ୍ଲୀ ବଣରେ ଫୁଟିଥିବାରୁ ଆଗକୁ ବଢିବା ପାଇଁ ମିଳିପାରୁନି ସୁବିଧା ସୁଯୋଗ । ନୟାଗଡ ଜିଲ୍ଲା ଆରଡା ଗାଁର ଏହି ନିଆରା କଳାକୁ ସାମ୍ନାକୁ ଆଣିବାକୁ ଚେଷ୍ଟା କରିଛି କନକ ନ୍ୟୁଜ ।

ବଣ ମଲ୍ଲି ବଣରେ ଫୁଟିଲେ ବି, ତା ମହକ ଯେମିତି ସାରା ଅଂଚଳକୁ ଭାସି ଆସେ, ଠିକ୍ ସେମିତି ପ୍ରତିଭା ସମସ୍ତଙ୍କ ସାମ୍ନାକୁ ଆସେ । ଯେତେ ବାଧାବିଘ୍ନ ଥିଲେ ବି ପ୍ରତିଭା କେବେ ଲୁଚି ରହେନି । ସେମିତି ଜଣେ ପ୍ରତିଭା ଅଛନ୍ତି ନୟାଗଡ ଜିଲ୍ଲାରେ ।

ହାତ, ଓଠ, ଛାତି ଓ ଜଙ୍ଘର ଚମତ୍କାର ସଂଯୋଜନାରେ ସୃଷ୍ଟି କରୁଛନ୍ତି ଏକାଧିକ ସ୍ୱତନ୍ତ୍ର ତାଳ । ଗୋଟିଏ କି ଦୁଇଟି ନୁହେଁ ବେଶ ନିପୁଣ ଭାବରେ ୩ଟି ତାଳକୁ ଫୁଟାଇ ପାରୁଛନ୍ତି ରାଜେନ୍ଦ୍ର । ଦୃତ ଓ ସଠିକ ହାତ ଚାଳନା ସାଙ୍ଗକୁ ଓଠର ସଠିକ ଆକୃତି, ଯୋଗୁଁ ଏମିତି ବାଦ୍ୟ ବାହାର କରିବାରେ ସମସ୍ୟା ହୁଏ ନାହିଁ ବୋଲି ରାଜେନ୍ଦ୍ର କହିଛନ୍ତି ।

ସେପଟେ ରାଜେନ୍ଦ୍ରଙ୍କୁ ଅନୁକରଣ କରି ଗାଁର ଅନ୍ୟ ପିଲାମାନେ ମଧ୍ୟ ଏହି କଳାକୁ ଆପଣେଇଛନ୍ତି । ଗାଁର ଛୋଟ ଛୋଟ ପିଲାଙ୍କ ଭିତରେ ଏଭଳି କୌତୁହଳପୂର୍ଣ ଶବ୍ଦ ବାହାର କରିବାର ମାନିଆ ଦେଖିବାକୁ ମିଳିଛି । କୁନି ପିଲାଙ୍କ ଏହି ସୁପ୍ତକଳାକୁ ସାମ୍ନାକୁ ଆଣିବା ପାଇଁ ଅଭିଭାବକ ଆଗ୍ରହୀ ଥିବା ବେଳେ ସହାୟତା ପାଇଁ ଅନୁରୋଧ କରିଛନ୍ତି ।