ଇତିହାସ ରଚିଲେ ସୁନା ଝିଅ ମିରାବାଈ ଚାନୁ: କମନୱେଲଥ ଗେମରେ ଭାରତକୁ ଦେଲେ ପ୍ରଥମ ସ୍ୱର୍ଣ୍ଣ

Advertisment
ଇତିହାସ ରଚିଲେ ସୁନା ଝିଅ ମିରାବାଈ ଚାନୁ: କମନୱେଲଥ ଗେମରେ ଭାରତକୁ ଦେଲେ ପ୍ରଥମ ସ୍ୱର୍ଣ୍ଣ

କନକ ବ୍ୟୁରୋ: କମନୱେଲଥ ଗେମ ୨୦୨୨ରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ମିଳିଛି । ମିରାବାଈ ଚାନୁ ଭାରତକୁ ସ୍ୱର୍ଣ୍ଣ ପଦକ ଦେଇ ଇତିହାସ ରଚିଛନ୍ତି । ୪୯ କେଜି ଭାରୋତ୍ତଳନରେ ସେ ଗୋଲ୍ଡ ମେଡାଲ ଜିତିଛନ୍ତି ମିରା । ସ୍ୱର୍ଣ୍ଣ ପଦକ ବିଜେତା ମିରାବାଈ ୮୮ କିଲୋର ଓଜନ ଉଠାଇଥିଲେ । ୨୦୧୮ରେ ହୋଇଥିବା କମନୱେଲଥ ଗେମରେ ମଧ୍ୟ ଗୋଲ୍ଡ ମେଡାଲ ଜିତିଥିଲେ ମୀରା ।

ଆଜି ଗୋଟିଏ ଦିନରେ ଭାରତ ୩ଟି ପଦକ ହାସଲ କରିଛି । ପ୍ରଥମେ ୫୫ କେଜି ଭାରୋତ୍ତଳନ ବିଭାଗରେ ରୌପ୍ୟ ପଦକ ଜିତିଥିଲା ଭାରତ । ଷ୍ଟାର ଭାର ଉତୋଳକ ସଙ୍କେତ ମହାଦେବ ସରଗର ରୌପ୍ୟ ପଦକ ଜିତିଥିଲେ । ସେପଟେ ଭାରୋତ୍ତଳନରେ କଂସ୍ୟ ଜିତିଥିଲେ ଗୁରୁରାଜ ପୂଜାରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe