କନକ ବ୍ୟୁରୋ: ରାଜ୍ୟଗୋଷ୍ଠୀ କ୍ରୀଡା ହେବାର ଷଷ୍ଠ ଦିନରେ ପାକିସ୍ତାନକୁ ମିଳିଛି ସ୍ୱର୍ଣ୍ଣ । ଦେଶକୁ ଏହି ପଦକ ଭେଟି ଦେଇଛନ୍ତି ପାକିସ୍ତାନ ଭାରୋତ୍ତଳନକାରୀ ମୋହମ୍ମଦ ନୁହ ଦସ୍ତଗିର ବଟ୍ । ସ୍ୱର୍ଣ୍ଣ ଜିତିବା ପରେ ଭାରତୀୟ ୱେଟଲିଫ୍ଟର ମୀରାବାଇ ଚାନୁଙ୍କୁ ନିଜ ପ୍ରେରଣା ବୋଲି କହିବା ସହ ଭୂୟସୀ ପ୍ରଶଂସା କରିଛନ୍ତି । ଏହାସହ ନିଜର ବିଜୟରେ ମୀରାବାଈ ଚାନୁଙ୍କ ଶୁଭେଚ୍ଛା ଜଣାଇବାର ମୁହୂର୍ତ୍ତକୁ ନିଜ ଜୀବନର ଅବିସ୍ମରଣୀୟ ମୁହୂର୍ତ୍ତ ବୋଲି ସେ କହିଛନ୍ତି ।

Advertisment

କ୍ରୀଡା ହେଉ କି କଳା ଏଥିରେ କୌଣସି ସୀମାସରହଦ ନାହିଁ ଏହାକୁ ପ୍ରମାଣିତ କରିଛନ୍ତି ପାକିସ୍ତାନି ଭାରୋତ୍ତଳନକାରୀ ମୋହମ୍ମଦ ନୁହ ଦସ୍ତଗିର ବଟ୍ ।ରାଜ୍ୟଗୋଷ୍ଠୀ କ୍ରୀଡାରେ ପାକିସ୍ତାନ ପାଇଁ ପ୍ରଥମ ସ୍ୱର୍ଣ୍ଣ ଜିତିଛନ୍ତି ଦସ୍ତଗିର । ରାଜ୍ୟଗୋଷ୍ଠୀ କ୍ରୀଡାର ଷଷ୍ଠ ଦିନରେ ଏହି ଉପଲବ୍ଧି ହାସଲ କରିଛନ୍ତି ଦସ୍ତଗିର ।

ସ୍ୱର୍ଣର୍ ପଦକ ଜିତିବା ପରେ ଭାରତୀୟ ଭାରୋତ୍ତଳନକାରୀ ମୀରାବାଈ ଚାନୁଙ୍କ ପ୍ରତି ପ୍ରତି ଥିବା ତାଙ୍କର କୃତଜ୍ଞତାକୁ ଜାହିର କରିଛନ୍ତି । ଦସ୍ତଗିର କହିଛନ୍ତି ‘ମୀରାବାଈ ତାଙ୍କର ପ୍ରେରଣା । ଅଲିମ୍ପକ୍ସରେ ମୀରାବାଈ ଯେତେବେଳେ ଭାରତ ପାଇଁ ରୌପ୍ୟ ପଦକ ଜିତିଲେ ତାଙ୍କ ଖୁସିର ସୀମା ନଥିଲା । ମୀରା କେବଳ ଭାରତ ନୁହେଁ ବରଂ ପୁରା ଦକ୍ଷିଣ ଏସୀଆର ଗର୍ବ ଗୌରବ । ତାଙ୍କ ଠାରୁ ସେ ଅନେକ କିଛି ଅନୁଭୂତି ହାସଲ କରିଛନ୍ତି । ଏହବ୍ୟତୀତ ତାଙ୍କ ବିଜୟରେ ଯେତେବେଳେ ମୀରାବାଈ ତାଙ୍କୁ ଶୁଭେଚ୍ଛା ଜଣାଇଲେ ସେହି ମୂହୁର୍ତ୍ତ ତାଙ୍କ ପାଇଁ ଜୀବନର ସବୁଠୁ ବଡ ଅନୁଭୂତି ଥିଲା’ ବୋଲି ଦସ୍ତଗିର କହିଛନ୍ତି ।

 ପାକିସ୍ତାନରେ ରହୁଥିଲେ ବି ଭାରତକୁ ସେ ଖୁବ ଭଲ ପାଆନ୍ତି  । କେବଳ ମୀରାବାଈ ଚାନୁ ନୁହଁନ୍ତି କମନୱେଲ୍ଥରେ ବ୍ରୋଞ୍ଚ ଜିତିଥିବା ୱେଟଲିଫ୍ଟର ଗୁରୁଦୀପ ସିଂହ ମଧ୍ୟ ତାଙ୍କର ଭଲ ସାଙ୍ଗ । ସେ ବରାବର ଗୁରୁଦୀପଙ୍କ ସହ କଥା ହୁଅନ୍ତି । ଖେଳର ଅନୁଭୂତି ସେୟାର କରନ୍ତି । ପୂର୍ବରୁ ସେ ଦୁଇଥର ଭାରତ ଆସିଥିବାବେଳେ ପୁଣିଥରେ ଭାରତ ଆସିବାକୁ ଆଗ୍ରହୀ । ପାକିସ୍ତାନ ଅପେକ୍ଷା ଭାରତରେ ତାଙ୍କର ଅଧିକ ପ୍ରଶଂସକ ଅଛନ୍ତି ବୋଲି କହିଛନ୍ତି ଦସ୍ତଗିର ବଟ୍ ।

 ଚଳିତ କମନୱେଲଥ ଗେମ୍ସରେ ଦସ୍ତଗିର ବଟ୍ ୧୦୯ କେଜି କ୍ୟାଟାଗରୀରେ ୪୦୫ କେଜି ଭାର ଉଠାଇ ପାକିସ୍ତାନ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହି ଇଭେଣ୍ଟରେ ଭାରତକୁ ବ୍ରୋଞ୍ଚ ମିଳିଛି ।