ସାହିଦ ସଙ୍ଗିନୀଙ୍କ ପ୍ରଥମ ସିନେମା ! ଫିଲ୍ମ ସାଇନ କଲେ ମିରା ରାଜପୁତ

Advertisment
ସାହିଦ ସଙ୍ଗିନୀଙ୍କ ପ୍ରଥମ ସିନେମା ! ଫିଲ୍ମ ସାଇନ କଲେ ମିରା ରାଜପୁତ

image courtesy : dailyhunt.in

ବଲିଉଡର ଚକଲେଟ ବଏ କୁହାଯାଉଥିବା ସାହିଦ କପୁରଙ୍କ ସ୍ତ୍ରୀ ମୀରା ରାଜପୁତଙ୍କୁ ଖୁବଶୀଘ୍ର ସିନେମାରେ ଦେଖିବାକୁ ମିଳିବ । ନିକଟରେ ସିଦ୍ଧାର୍ଥ ମଲହୋତ୍ରାଙ୍କ ବିପକ୍ଷରେ ଫିଲ୍ମରେ ଅଭିନୟ କରିବାକୁ ନେଇ ସେ ସବୁଜ ସଙ୍କେତ ଦେବା ସହ ଫିଲ୍ମରେ ସାଇନ ମଧ୍ୟ କରିଛନ୍ତି । ସୁଚନାନୁସାରେ , ଡି.ଏଚ. ଲରେନ୍ସଙ୍କ ପୁସ୍ତକ ତଥା ପ୍ରସିଦ୍ଧ ଇଂରାଜୀ ଫିଲ୍ମ ଲେଡୀ ଚାଟାର୍ଲେସ ଲଭରର ଏହା ହେଉଛି ରିମେକ । ପଦ୍ମବାତ ନିର୍ଦ୍ଧେଶକ ସଞ୍ଜୟ ଲୀଲା ଭନସାଲୀ ଏହି ଫିଲ୍ମର ନିର୍ଦ୍ଧେଶନା ଦେଉଥିବା କଥା ଶୁଣିବାକୁ ମିଳୁଛି ।
ଅଭିନେତ୍ରୀ ନେହା ଧୁପିଆଙ୍କ ଟକ ଶୋ’ ବିଏଫଏଫ ୱିଥ ଭେଗରେ ମୀରା ନିଜ ଆଗାମୀ ଭବିଷ୍ୟତକୁ ନେଇ ବହୁତ କିଛି କହିବା ସହ ଏହା ମଧ୍ୟ ସ୍ୱୀକାର କରିଥିଲେ ଯେ ଯଦି ସେ କେବେ ବଲିଉଡରେ କାମ କରିବାକୁ ସୁଯୋଗ ପାଆନ୍ତି ତେବେ ସେ ସଞ୍ଜୟ ଲୀଲା ଭନସାଲୀ ନିର୍ଦ୍ଧେଶିତ ଏବଂ ସିଦ୍ଧାର୍ଥ ମଲହୋତ୍ରା ଅଭିନିତ ଫିଲ୍ମରେ ଅଭିନୟ କରିବେ । ମୀରାଙ୍କ ଏହି ଇଚ୍ଛା ଯେମିତି ଏବେ ସତ ହେବାକୁ ଯାଉଛି ।
ଭାଷା ଓ ସାହିତ୍ୟରେ ଉଚ୍ଚଶିକ୍ଷା ଲାଭ କରିଥିବା ମୀରା ସିନେମାର କାହାଣୀ ଏବଂ ଚରିତ୍ରକୁ ଖୁବ ଭଲ ଭାବରେ ବୁଝି ସାରିଥିବା କଥା ଶୁଣିବାକୁ ମିଳୁଛି । ଏଭଳି କାହାଣୀ ଉପରେ ଫିଲ୍ମ ନିର୍ମାଣ କରିବାକୁ ମୀରା ହିଁ ନିର୍ମାତାଙ୍କୁ କହିଥିବା କଥା ମଧ୍ୟ ଆସୁଛି ।
ପତ୍ନୀଙ୍କ ପ୍ରଥମ ଫିଲ୍ମ ଡେବ୍ୟୁରେ ସାହିଦ ଖୁବ ଉତ୍ସାହିତ ଅଛନ୍ତି । ଖବର ଅନୁସାରେ ୨୦୧୯ ରେ ଏହି ଫିଲ୍ମ ପରଦା ଉପରକୁ ଆସିବ । ଷ୍ଟାରକାଷ୍ଟଙ୍କ ନାଁ ଫାଇନାଲ ହେଲେ ଟିମ ସଦସ୍ୟ ଏହାର ସବିଶେଷ ତଥ୍ୟ ଟ୍ୱିଟରରେ ଲେଖି ଅବଗତ କରାଇବାକୁ ନିଷ୍ପତ୍ତି ନେଇଛନ୍ତି ।
ତେବେ ଏସବୁ ପଢ଼ିବା ପୂର୍ବରୁ ମୀରାଙ୍କ ଟ୍ୱିଟର ଆକାଉଣ୍ଟକୁ ଟିକେ ନଜର ପକାନ୍ତୁ । ଆଜି ହେଉଛି ଏପ୍ରିଲ ୧ ଏବଂ ସେ ନିଜ ଫ୍ୟାନ୍ସଙ୍କୁ ଏପ୍ରିଲ ଫୁଲ କରିବା ପାଇଁ ଏସବୁ ତଥ୍ୟ ଦେଇଥିଲେ । କହିବାକୁ ଗଲେ ସେ ନିଜ ପ୍ରଶଂସକଙ୍କୁ ବୋକା ବନାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe