କନକ ବ୍ୟୁରୋ: ବିଜେଡିରେ ସାମିଲ ହୋଇଛନ୍ତି ମିରା ପରିଡା । ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନିଜ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି ମିରା ପରିଡା । ବେଗୁନିଆ ବିଧାନସଭା ଆସନରୁ ଲଢିବା ପାଇଁ ମିରା ପରିଡା ଟିକେଟ ଆଶାୟୀ ରହିଥିବା ଚର୍ଚ୍ଚା ହେଉଥିଲା । ଏପରିକି ମିରା ନିଜେ ମଧ୍ୟ ବିଜେଡି ଟିକେଟରୁ ଲଢିବାକୁ ଚାହୁଁଛନ୍ତି ବୋଲି ପୂର୍ବରୁ ଗଣମାଧ୍ୟମକୁ କହିଥିଲେ ।
ବେଗୁନିଆ ଆସନରୁ ପ୍ରଶାନ୍ତ ଜଗଦେବ ଟିକେଟ ରେସରେ ଆଗରେ ଥିବା ବେଳେ ନୂଆ ଚେହେରା ଭାବେ ଉଭା ହୋଇଛନ୍ତି ମିରା ପରିଡା । ଯଦି ନବୀନ ନୂଆ ଚେହେରା ଉପରେ ଭରସା କରିବେ, ତେବେ ମିରାଙ୍କୁ ଟିକେଟ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେଣୁ ବିଜେଡିରେ ସାମିଲ ହେବା ପରେ ନବୀନ ବେଗୁନିଆ ଆସନରେ କାହାକୁ ଟିକେଟ ଦେଉଛନ୍ତି ତାଉପରେ ସମସ୍ତଙ୍କ ନଜର ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/MIRA_00000.jpg)
/kanak/media/post_attachments/wp-content/uploads/2019/03/meera-1-300x225.jpg)