ହତ୍ୟାକାଣ୍ଡ ସ୍ଥଳରେ କ୍ରାଇମସିନ୍ ରିକ୍ରିଏଟ୍ କଲା ପୁଲିସ : କେମିତି ମମିତାଙ୍କ ମୃତଦେହକୁ ଖଣ୍ଡଖଣ୍ଡ କରି ପୋଡ଼ିଥିଲା, ଡେମୋ ଦେଖାଇଲା ଗୋବିନ୍ଦ

ଗାଡ଼ିରେ ଆଣିବା ପରଠାରୁ ପୁଲିସ ଆଗରେ ସମସ୍ତ ଘଟଣା ବର୍ଣ୍ଣନା କଲା ଗୋବିନ୍ଦ

294

କନକ ବ୍ୟୁରୋ : ମମିତା ହତ୍ୟା ମାମଲାର ଗୁମର ଖୋଲୁଛି ପୋଲିସ । କ୍ରାଇମସଟରେ କ୍ରାଇମସିନ୍ ରିକ୍ରିଏସନ୍ ପରେ ଗୋବିନ୍ଦ ସାହୁକୁ ଚାନ୍ଦୋତାରା ଛକକୁ ନେଇଥିଲା ପୋଲିସ । ଏହି ସ୍ଥାନରୁ ମମିତାଙ୍କୁ ନିଜ ଗାଡିରେ ବସାଇ ନେଇଥିଲା ଗୋବିନ୍ଦ । ଚନ୍ଦୋତାରା ଛକରେ କଂଟାବାଞ୍ଜିରୁ ଆସୁଥିବା ମମିତାଙ୍କୁ ଅପେକ୍ଷା କରିଥିଲା ଗୋବିନ୍ଦ । ମମିତାଙ୍କୁ ଏହି ଛକରୁ ନିଜ ଗାଡିରେ ମମିତାଙ୍କୁ ନେଇ ମାର୍କେଟିଂ କରିବାକୁ ଭବାନୀପାଟଣା ଯାଇଥିଲା । କେତେବେଳେ ଅପେକ୍ଷା କରିଥିଲା, କେତେ ସମୟ ଅପକ୍ଷା କରିଥିଲା, କେତେବେଳେ ମମିତା ଚାନ୍ଦୋତାରା ଛକରେ ପହଂଚିଥିଲେ, ସେସବୁ ତଦନ୍ତକାରୀ ଅଧିକାରୀଙ୍କୁ ଜଣାଇଛି ଗୋବିନ୍ଦ ସାହୁ ।

କେମିତି ମମିତାଙ୍କୁ ମାରିଥିଲା, ଗାତ ଖୋଳି କେମିତି ପୋଡ଼ିଥିଲା ପୋଲିସକୁ ଜଣାଇଥିଲା ଗୋବିନ୍ଦ ସାହୁ । ପ୍ରଥମେ କାଠ, ତା ଉପରେ ମମିତାଙ୍କ ମୃତଦେହକୁ ରଖି ଜେସିବି ସାହାଯ୍ୟରେ ଖଣ୍ଡ ଖଣ୍ଡ କରିଥିଲା ଗୋବିନ୍ଦ । ଏହା ପରେ ଟାୟାର ଓ କିଛି ବେଂଚ ଡେସ୍କକୁ ଭାଙ୍ଗି ପୋଡି ଦେଇଥିଲା । ମୋବାଇଲକୁ ଭାଙ୍ଗି ମଧ୍ୟ ସେହି ନିଆଁରେ ପକାଇ ଦେଇଥିବା ପୋଲିସ ଆଗରେ କହିଛି ଗୋବିନ୍ଦ ସାହୁ । ଉତରାଂଚଳ ଡିଆଇଜି, ବଲାଙ୍ଗୀର ଏସ୍ପି ଓ ତଦନ୍ତକାରୀ ଅଧିକାରୀଙ୍କ ଉପସ୍ଥିତିରେ କ୍ରାଇମସିନ୍ ରିକ୍ରିଏସନ୍ କରାଯାଇଛି । ଘଟଣା ସମୟରେ ସାଇଂଟିଫିକ୍ ଟିମ୍ ମଧ୍ୟ ଉପସ୍ଥିତ ଥିଲେ । କ୍ରାଇମ୍ସିନ୍ ରିକ୍ରିଏସନ୍ର ଭିଡିଓଗ୍ରାଫି ମଧ୍ୟ କରାଯାଇଛି । ମମିତା ମେହେରଙ୍କ ପୋଡ଼ି ଯାଇଥିବା କିଛି ଅଂଶ ଫରେନସିକ୍ ଟିମକୁ ମିଳିଛି । ଯେଉଁଥିରେ ଲୁଣ ଲାଗିଥିବା କିଛି ଛୋଟ ଛୋଟ ହାଡ ଥିବା ଦେଖିବାକୁ ମିଳିଛି ।

ଶୁଣିବାକୁ ମିଳୁଛି, ଗତ ସେପ୍ଟେମ୍ବର ୨୧ ତାରିଖ ଦିନ ମମିତା ମହାଲିଙ୍ଗ କଲେଜ ତଥା ସନ୍‌ସାଇନ୍‌ ପବ୍ଲିକ ସ୍କୁଲକୁ ଯାଇଥିଲେ। ସେ ଲେଡିଜ୍‌ ହଷ୍ଟେଲକୁ ବି ଯାଇଥିଲେ। କାହାକୁ ଯିବାକୁ ମନାଥିବା ସ୍ଥାନ ସବୁକୁ ସେ ବୁଲିଥିଲେ। ଏହାକୁ ସହିପାରି ନଥିଲା ଗୋବିନ୍ଦ। କିନ୍ତୁ ତାଙ୍କ ଅନୈତିକ ସଂପର୍କ ବାବଦରେ ମମିତା ପ୍ରମାଣ ରଖିଥିବାରୁ ଗୋବିନ୍ଦ ଚୁପ୍‌ଚାପ୍‌ ରହିଥିଲା। ସେହିଦିନଠାରୁ ହିଁ ମନେମନେ ସେ ମମିତାଙ୍କୁ ରାସ୍ତାରୁ ସଫା କରିଦେବାକୁ ଉଦ୍ୟମ କରିଥିଲା। ଗତ ୬ ତାରିଖ ଦିନ ଯୋଜନା ଅନୁସାରେ ମିନି ଷ୍ଟାଡିୟମରେ ଏକ ଗାତ ଖୋଳିବାକୁ ସେ ଜେସିବି ଅପରେଟର ପୁଷ୍କରକୁ କହିଥିଲା। ଗାତ ବି ଖୋଳାଯାଇଥିଲା । ୭ ତାରିଖ ମିଟିଂ ଅଛି କହି ମମିତାଙ୍କୁ ସେ ଡାକିଥିଲା । କିନ୍ତୁ ହଠାତ୍‌ ସେ ୭ ବଦଳରେ ୮ ତାରିଖ ଦିନ ଆସିବାକୁ କହିଥିଲା ।

ମିଟିଂ ଘୁଞ୍ଚି ଯାଇଥିବା କହିଥିଲା । ମମିତା ବୈଠକକୁ ଆସିବା ପାଇଁ ୮ ତାରିଖ ବାହାରି ଚାନ୍ଦୋତରା ଯାଏ ବସ୍‌ରେ ଆସିଥିଲେ। ସେଠାରୁ ଗୋବିନ୍ଦ ନିଜ ୱାଗନର କାର୍‌ରେ ବସାଇ ଭବାନୀପାଟଣାକୁ ନେଇ ଯାଇଥିଲା । ମମିତାଙ୍କୁ ତା’ର ବିରୋଧରେ ଥିବା ସବୁ ଭିଡିଓ ଏବଂ ଫଟୋ କେବେବି କାହାକୁ କହିବ ନାହିଁ ସେ ନେଇ କହିଥିଲା । କିନ୍ତୁ ମମିତା ନିରବ ରହିଥିବାରୁ ସେ ମାଁ ମାଣିକେଶ୍ୱରୀ ମନ୍ଦିରରେ ଶପଥ କରିବାକୁ କହିଥିଲା । ହେଲେ ଶପଥ କରିବାକୁ ମନା କରିଦେଇଥିଲେ ମମିତା। କେଗାଁକୁ ଫେରିବା ବାଟରେ ଏ ନେଇ କଥାବାର୍ତ୍ତାରେ ଉଭୟଙ୍କ ଭିତରେ ଉଚ୍ଚବାଚ ହୋଇଥିଲା। ରାସ୍ତାରେ କୁରସୁର ନିକଟରେ ରାସ୍ତା କଡ଼ରେ ମମିତାଙ୍କୁ ପୂର୍ବ ଯୋଜନା ମୁତାବକ ତଣ୍ଟିଚିପି ହତ୍ୟା କରିଥିଲା ଗୋବିନ୍ଦ ।