କନକ ବ୍ୟୁରୋ : କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ମୁକ୍ତାର ଆବାସ ରାଜ୍ୟସଭାରେ ଉପବାଚଷ୍ପତ୍ତି ଭାବେ ନିଯୁକ୍ତ ହୋଇଛନ୍ତି । କୁହାଯାଇଛି କି ସଂସଦୀୟ ମାମଲାରେ ନକବୀଙ୍କର ଭଲ ଅଭିଜ୍ଞତା ରହିଛି । ଏହାସହ ତାଙ୍କର ବିଭିନ୍ନ ରାଜନୈତିକ ଦଳ ସହ ଭଲ ସଂପର୍କ ରହିଛି ।
ସୂଚନା ଥାଉକି ଏହାପୂର୍ବରୁ ରାଜ୍ୟସଭାର ଉପବାଚଷ୍ପତ୍ତି ଭାବେ ପିୟୁଷ ଗୋଏଲ ଦାୟୀତ୍ୱ ତୁଲାଉଥିଲେ । ଏବେ ପିୟୁଷ ଗୋଏଲଙ୍କୁ ରାଜ୍ୟସଭାର ସଂସଦୀୟ ଦଳ ନେତା ଭାବେ ନିଯୁକ୍ତ କରାଯାଇଛି । ନକବୀ ମୋଦୀ ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ସଂସଦୀୟ କାର୍ଯ୍ୟ ରାଜ୍ୟମନ୍ତ୍ରୀ ଭାବେ ସଂସଦରେ ପ୍ରଭାବଶାଳୀ ଭୂମିକା ନିଭାଇଥିବା ଦେଖିବାକୁ ମଳିଥିଲା ।
Union Minister and BJP MP Mukhtar Abbas Naqvi appointed as the Deputy Leader of House in the Rajya Sabha: Sources
(File photo) pic.twitter.com/eGgQI8rbUE
— ANI (@ANI) July 19, 2021
ମୁକ୍ତାର ଆବାସ ନକବୀ ୨୦୧୬ ମସିହାରେ ରାଜ୍ୟସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଏହାପୂର୍ବରୁ ମୋଦୀ ସରକାରଙ୍କ ପ୍ରଥମ ପାଳିରେ ୨୦୧୪ ମସିହାରେ ଅଳ୍ପ ସଂଖ୍ୟକ ମାମଲା ଓ ସଂସଦୀୟ ମାମଲାର ରାଜ୍ୟମନ୍ତ୍ରୀ ଥିଲେ । ୨୦୧୬ ଜୁଲାଇ ୧୨ ତାରିଖରେ ନଜମା ହେପତୁଲ୍ଲାଙ୍କ ମୃତ୍ୟୁପରେ ନକବୀଙ୍କୁ କେନ୍ଦ୍ର ଅଳ୍ପସଂଖ୍ୟକ ମନ୍ତ୍ରଣାଳୟର ସ୍ୱତନ୍ତ୍ର ପ୍ରଭାରୀ ଭାବେ ଦାୟୀତ୍ୱ ମିଳିଥିଲା । ସେ ୨୦୧୯ ମେ ୩୦ ତାରିଖରେ ମୋଦୀ କ୍ୟାବିନେଟରେ ମନ୍ତ୍ରୀ ଭାବେ ଶପଥ ନେଇଥିଲେ ।
କହିରଖୁ କି ୧୯୮୦ ମସିହାରେ ପ୍ରଥମଥର ପାଇଁ ନକବୀ ଉତ୍ତରପ୍ରଦେଶରେ ଜନତା ପାର୍ଟି (ସେକ୍ୟୁଲାର) ଟିକେଟରୁ ବିଧାନସଭା ନିର୍ବାଚନ ଲଢି ପରାଜିତ ହୋଇଥିଲେ । ଏହାପରେ ସେ ୧୯୯୮ମସିହାରେ ପ୍ରଥମଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରୀମଣ୍ଡଳରେ ସୂଚନା ଓ ପ୍ରସାରଣ ବିଭାଗର ରାଜ୍ୟମନ୍ତ୍ରୀ ହୋଇଥିଲେ ।