କନକ ବ୍ୟୁରୋ : ଗୁଜରାଟ ବିଧାନସଭା ନିର୍ବାଚନକୁ ଆଖିରେ ରଖି ବିଜେପିର ନୂଆ ଗୋଟି ଚାଳନା । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ରାଜ୍ୟରେ ରହୁଥିବା ସଂଖ୍ୟାଲଘୁଙ୍କୁ ନେଇ ବଡ ଘୋଷାଣା କରିଛି ବିଜେପି । ଆଫଗାନିସ୍ତାନ, ପାକିସ୍ତାନଳ ବାଙ୍ଗଲାଦେଶ ଶରଣାର୍ଥୀଙ୍କୁ ନାଗରିକତା ପ୍ରମାଣ ଦେବେ ସରକାର । ଏହି ୩ଦେଶରୁ ନାଗରିକମାନେ ଗୂୁଜରାଟର ବିଭିନ୍ନ ସ୍ଥାନରେ ରହି ଆସୁଛନ୍ତି । ନାଗରିକତା ଆଇନ ୧୯୫୫ ଆଧାରରେ ଶରଣାର୍ଥୀଙ୍କୁ ନାଗରିକତା ଦିଆଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଏନେଇ ଗୃହମନ୍ତ୍ରାଳୟ ପକ୍ଷରୁ ନୋଟିଫିକେସନ ଜାରି କରାଯାଇଛି । ତେବେ ଏନେଇ ଶରଣାର୍ଥୀଙ୍କୁ ଅନଲାଇନରେ ଆବେଦନ କରିବାକୁ ହେବ । ଜିଲ୍ଲାପାଳ ଆବେଦନର ଫର୍ମର ଯାଞ୍ଚ କରିବେ । ଯାଂଚ ହେବା ପରେ ଜିଲ୍ଲାପାଳ ଯାଂଚ ରିପୋର୍ଟ ଗୃହମନ୍ତ୍ରାଳୟରେ ଦାଖଲ କରିବେ
ଗୁଜରାଟ ବିଧାନଭସଭା ନିର୍ବାଚନ ପୂର୍ବରୁ ବିଜେପିର ଗୋଟି ଚାଳନା । ରାଜ୍ୟରେ ରହୁଥିବା ଶରଣାର୍ଥୀଙ୍କୁ ମିଳିବ ନାଗରିକତାର ପ୍ରମାଣ
/kanak/media/post_attachments/wp-content/uploads/2022/11/6-1.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)