କନକ ବ୍ୟୁରୋ : ଗାଡି ଚଳାଇ ଧରାପଡିଲେ ନାବାଳକ । ରାଜ୍ୟର ବିଭିନ୍ନ ସ୍ଥାନରେ ପରିବହନ ବିଭାଗ ପକ୍ଷରୁ କଡାକଡି ଚେକିଂ ଚାଲିଛି । ସମ୍ବଲପୁର ବରେଇପାଲି ଥାନା ବିକାଶ ମେଡିକାଲ ପାଖରେ ଆଜି ପରିବହନ ବିଭାଗ ପକ୍ଷରୁ ଚେକିଂ ଚାଲିଥିଲା । ସକାଳୁ ସକାଳୁ ଦୁଇ ଜଣ ସ୍କୁଲ ଛାତ୍ର ଏକ ସ୍କୁଟିରେ ସ୍କୁଲ ଯାଉଥିଲା ବେଳେ ଯାଞ୍ଚ କରୁଥିବା କର୍ମଚାରୀଙ୍କ ହାବୁଡରେ ପଡି ଯାଇଥିଲେ । ନାବାଳକ ଗାଡି ଚଳାଉଥିବା ଅଭିଯୋଗରେ ୨୫ ହଜାର ଟଙ୍କାର ଜରିମାନା କାଟିଛି ପରିବହନ ବିଭାଗ । ତେବେ ନାବାଳକକୁ ଗାଡି ଚଲାଇବା ପାଇଁ ଦେଇଥିବାରୁ ନାବାଳକର ବାପାଙ୍କ ନାମରେ ପରିବହନ ବିଭାଗ ଏହି ଫାଇନ କାଟିଛି ।

Advertisment