କନକ ବ୍ୟୁରୋ: କଟକ ଜଗତପୁର ଥାନା ଥୋରିଆସାହିରେ ଚାଞ୍ଚଲ୍ୟ । ଗଳାକାଟି ନାବାଳକକୁ ହତ୍ୟା ଅଭିଯୋଗ । ଗତକାଲି ରାତିରୁ ନିଖୋଜ ଥିଲେ ନାବାଳକ । ଆଜି ଗାଁର ଚନ୍ଦନପୋଖରୀ ହୁଡ଼ାରେ ପୁଅ ମୃତଦେହ ପଡ଼ିଥିବା ଗାଁଲୋକ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ପୁଅକୁ କେହି ମାରି ଫିଙ୍ଗିଦେଇଥିବା ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକ । ମୃତ ନାବାଳକ ହେଲେ ଜଗନ୍ନାଥ ବେହେରାଙ୍କ ପୁଅ ଜ୍ୟୋତି ପ୍ରକାଶ ବେହେରା । ସେ ସପ୍ତମ ଶ୍ରେଣୀରେ ପଢ଼ନ୍ତି । ଅଭିଯୋଗ ପରେ ଘଟଣା ସ୍ଥଳରେ ପୋଲିସ ପହଂଚି ଶବକୁ ଜବତ କରି ତଦନ୍ତ ଜାରି ରଖିଛି ।