ଖୋଲାରେ ବୁଲୁଛନ୍ତି ଅପରାଧୀ ! ୨୪ ଘଣ୍ଟା ବିତି ଯାଇଥିଲେ ସୁଦ୍ଧା ପୋଲିସ ହାତରେ ଲାଗିନାହିଁ କୌଣସି ସୁରାଗ ।

ଘଟଣା ଘଟିବାର ୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ ପୋଲିସ କାହାରିକୁ ଗିରଫ କରି ନାହିଁ ।

116

ଗତକାଲି ଗଞ୍ଜାମ ପୋଲସରା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଆସିଥିଲା । ଏହି ଘଟଣାକୁ ପ୍ରାୟ ୨୪ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷପ ଗ୍ରହଣ କରାଯାଇ ନାହିଁ କିମ୍ବା ପୋଲିସ ଏଯାଏ କାହାରିକୁ ଗିରଫ କରିନାହିଁ । ଅନ୍ୟ ପଟେ ବ୍ରହ୍ମପୁର ଏମକେଜିରେ ପିଡିତା ଚିକିତ୍ସିତ ହେଉଛନ୍ତି ।

ସୂଚନା ଅନୁଯାୟୀ, ଘଟଣା ଘଟିବାର ୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ ପୋଲିସ କାହାରିକୁ ଗିରଫ କରି ନାହିଁ । ସେପଟେ ପିଡ଼ିତା ଏବେ ବି ବ୍ରହ୍ମପୁର ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ଡ଼ାକ୍ତର ଯାହା ସୂଚନା ଦେଇଛନ୍ତି ସେଥିରୁ ଜଣା ପଡିଛି, ପିଡ଼ିତାଙ୍କୁ ରକ୍ତ ଦିଆଯାଇଥିବା ବେଳେ ଗତକାଲି ଅପେକ୍ଷା ଆଜି ସ୍ୱାସ୍ଥ୍ୟ ଅବସ୍ଥା କିଛି ଟା ଉନ୍ନତ୍ତି ହୋଇଛି । ସେପଟେ ପିଡ଼ିତାଙ୍କ ଗ୍ରାମରେ ରାଜ୍ୟ ବିଜେପିର ଏକ ପ୍ରତିନିଧି ଦଳ ପହଞ୍ଚି ପରିବାର ଲୋକଙ୍କୁ ସାନ୍ତନା ଦେଇଥିବା ବେଳେ ଅତି ଶୀଘ୍ର ଅପରାଧିଙ୍କୁ ଗିରଫ ନ କଲେ ରାଜ ରାସ୍ତାକୁ ଉହ୍ଲେଇବେ ବୋଲି କହିଛନ୍ତି । ଓ ଗଞ୍ଜାମ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ଟିମ ଜାଇ ବ୍ରହ୍ମପୁର ମେଡ଼ିକାଲରେ ପିଡ଼ିତାଙ୍କୁ ସାକ୍ଷାତ କରିଛନ୍ତି ।

ସେପଟେ ଏହି ଘଟଣାର ସତ୍ୟା ସତ୍ୟ ବାହାର କରିବା ଓ ଅପରାଧୀଙ୍କୁ ଧରିବା ପାଇଁ ଗଞ୍ଜାମ ଏସପିଙ୍କ ନିର୍ଦେଶ କ୍ରମେ ଜଣେ ଏସଡ଼ିପିଓଙ୍କ ନେତୃତ୍ୱରେ ଆସିକା,କୋଦଳା,କବିସୂର୍ଯ୍ୟ ନଗର ଓ ପୋଲସରା ଥାନା ଅଧିକାରୀ କାର୍ଯ୍ୟ କରୁଛନ୍ତି । ଏହି ଘଟଣାର ବିଭିନ୍ନ ଦିଗକୁ ନେଇ ପୋଲିସ ତଦନ୍ତ କରୁଛି । ଓ ପିଡ଼ିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରିବା ପରେ ଅନ୍ୟ କିଛି ଖବର ପୋଲିସ ପାଇ ପାରିବ ବୋଲି ଆଶା କରାଯାଉଛି । ସେପଟେ ୮ ଜଣଙ୍କୁ ରଖି ପଚରା ଉଚୁରା କରୁଛି ପୋଲିସ ।