ପାରାଦୀପରୁ ଆସିଲା ଅଭାବନୀୟ ଖବର । ନାବାଳିକାକୁ ୭୫ ବର୍ଷୀୟ ବୃଦ୍ଧଙ୍କ ଦୁଷ୍କର୍ମ ଅଭିଯୋଗ । ଦୋକାନ ଘରକୁ ଟାଣିନେଇ ଦୁଷ୍କର୍ମ କଲେ ବୃଦ୍ଧ, ପୋଲିସ କଲା ଗିରଫ ।

1,263

କନକ ବ୍ୟୁରୋ: ପାରାଦୀପରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ୭୫ବର୍ଷିୟ ବୃଦ୍ଧଙ୍କୁ ଗିରଫ କଲା ପୋଲିସ । ଅଭୟଚାନ୍ଦପୁର ଥାନା ଅନ୍ତର୍ଗତ ନୋଳିଆସାହିରେ ଘଟିଛି ଏହି ଘଟଣା । ପୁରା ଘଟଣା କିଛି ଏହିପରି । ଗତକାଲି ଦିନ ପ୍ରାୟ ୧୧ଟା ସମୟରେ ନୋଳିଆସାହିର ଜଣେ ନାବାଳିକା ପ୍ରଫୁଲ୍ଲ ମହାନ୍ତିଙ୍କ ଦୋକାନ ଦେଇ ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ । ଏହି ସମୟରେ ପ୍ରଫୁଲ୍ଲ ନାବାଳିକାଙ୍କୁ ଦୋକାନ ଭିତରକୁ ଟାଣି ନେଇଥିଲା ।

ଦୋକାନ ଭିତରେ ଥିବା ଏକ ଘରେ ନାବାଳିକାକୁ ପ୍ରଫୁଲ୍ଲ ଦୁଷ୍କର୍ମ କରିଥିବା ପିଡିତାଙ୍କ ପରିବାରଲୋକେ ଅଭିଯୋଗ କରିଛନ୍ତି । ଗାଁର ଜଣେ ମହିଳା ଏକଥା ଜାଣିବା ପରେ କଥା ସାମନାକୁ ଆସିଥିଲା । ପ୍ରଫୁଲ୍ଲଙ୍କୁ ଏ ସମ୍ପର୍କରେ ପଚାରିଥିଲେ ପିଡିତାଙ୍କ ପରିବାର ଏବଂ ଗାଁ ଲୋକେ । ଗାଁ ମୁରବୀଙ୍କ ଉପସ୍ଥିତିରେ ପ୍ରଫୁଲ୍ଲ ତା ନାଁରେ ଆସିଥିବା ଅଭିଯୋଗକୁ ସ୍ୱିକାର କରିଥିଲା । ପିଡିତାଙ୍କ ପରିବାର ପକ୍ଷରୁ ଏନେଇ ଥାନାରେ ଅଭିଯୋଗ ପରେ ଅଭୟଚାନ୍ଦପୁର ପୋଲିସ ପ୍ରଫୁଲ୍ଲକୁ ଗିରଫ କରିଛି । ଆଜି ଅଭିଯୁକ୍ତ ଏବଂ ପିଡିତାଙ୍କର ଡାକ୍ତରୀ ମାଇନା କରାଯିବ ।