କଟକ ନେମାଳରୁ ଆସିଲା ଲଜ୍ଜାଜନକ ଖବର: ୬ବର୍ଷ ନାବାଳିକାଙ୍କୁ ନୃତ୍ୟ ଶିଖାଇବା ବାହାନାରେ ଯାତ୍ରା କଳାକାର ଦୁଷ୍କର୍ମ କରିଥିବା ଅଭିଯୋଗ

Advertisment
କାହିଁକି ହାତ ବାନ୍ଧି ବସିଥିଲା ପୋଲିସ? ୭ ଜଣଙ୍କ ଦ୍ୱାରା ଗଣଦୁଷ୍କର୍ମ ହେବା ପରେ ଆତ୍ମହତ୍ୟା କଲେ ନାବାଳିକା : ଏହାପରେ ବାପା ଆତ୍ମହତ୍ୟା ଉଦ୍ୟମ କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ପୋଲିସ

କନକ ବ୍ୟୁରୋ: ୬ ବର୍ଷିୟା ନାବାଳିକାକୁ ଦୁ୍ଷ୍କର୍ମ ଅଭିଯୋଗ । ଏଭିଳ ଲଜ୍ଜାଜନକ ଘଟଣା ଘଟିଛି କଟକ ନେମାଳ ଥାନା ଅଂଚଳରେ । ଯାତ୍ରା ପାର୍ଟିରେ ନୃତ୍ୟ ଶିଖାଇବା ବାହାନାରେ ଦୁଇ ଜଣ କଳାକାର ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଏକ ପରିତ୍ୟକ୍ତ ସ୍ଥାନରୁ ପରିବାର ଲୋକେ ନାବାଳିକାକୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ନାବାଳିକାକୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁଇ ଜଣ କଳାକାରକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ ।

publive-image

ଅଭିଯୋଗ ଅନୁଯାୟୀ, ନେମାଳ ଅଞ୍ଚଳରେ ୬ ବର୍ଷର ନାବାଳିକା ଗାଁରେ ଯାତ୍ରା ପାର୍ଟିରେ ନୃତ୍ୟ ଶିଖାଇବା ବାହାନାରେ ଦୁଇ ଜଣ କଳାକାର ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହାପରେ ପୀଡ଼ିତା ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ନାବାଳିକାଙ୍କୁ ପ୍ରଥମେ ନିଶ୍ଚିନ୍ତକୋଇଲି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କୁ କଟକର ଏସସିବିକୁ ସ୍ଥାନାନ୍ତରିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe