କନକ ବ୍ୟୁରୋ: ୬ ବର୍ଷିୟା ନାବାଳିକାକୁ ଦୁ୍ଷ୍କର୍ମ ଅଭିଯୋଗ । ଏଭିଳ ଲଜ୍ଜାଜନକ ଘଟଣା ଘଟିଛି କଟକ ନେମାଳ ଥାନା ଅଂଚଳରେ । ଯାତ୍ରା ପାର୍ଟିରେ ନୃତ୍ୟ ଶିଖାଇବା ବାହାନାରେ ଦୁଇ ଜଣ କଳାକାର ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ଏକ ପରିତ୍ୟକ୍ତ ସ୍ଥାନରୁ ପରିବାର ଲୋକେ ନାବାଳିକାକୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ନାବାଳିକାକୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁଇ ଜଣ କଳାକାରକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ ।
ଅଭିଯୋଗ ଅନୁଯାୟୀ, ନେମାଳ ଅଞ୍ଚଳରେ ୬ ବର୍ଷର ନାବାଳିକା ଗାଁରେ ଯାତ୍ରା ପାର୍ଟିରେ ନୃତ୍ୟ ଶିଖାଇବା ବାହାନାରେ ଦୁଇ ଜଣ କଳାକାର ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହାପରେ ପୀଡ଼ିତା ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ନାବାଳିକାଙ୍କୁ ପ୍ରଥମେ ନିଶ୍ଚିନ୍ତକୋଇଲି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କୁ କଟକର ଏସସିବିକୁ ସ୍ଥାନାନ୍ତରିତ କରାଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/08/LAGAA.jpg)
/kanak/media/post_attachments/wp-content/uploads/2019/06/minor-rape-300x176.jpg)