କନକ ବ୍ୟୁରୋ: ଜଙ୍ଗଲରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଦୁଷ୍କର୍ମ ପରେ ହତ୍ୟା କରି ଜଙ୍ଗଲରେ ଟାଙ୍ଗି ଦେଇଥିବା ଅଭିଯୋଗ କଲେ ପରିବାର ଲୋକ । ସୁନ୍ଦରଗଡ଼ ବଡ଼ଙ୍ଗା ଥାନା କୁସ୍ତୁନା ଜଙ୍ଗଲରୁ ଉଦ୍ଧାର ହୋଇଛି ନାବାଳିକାଙ୍କ ମୃତଦେହ । ଘଟଣାରେ ଜଣେ ଯୁବକଙ୍କୁ ଅଟକ ରଖି ଅନ୍ୟ ସାଥୀଙ୍କୁ ଖୋଜୁଛି ପୋଲିସ ।

Advertisment

ଗତକାଲି ଠାରୁ ନିଖୋଜ ଥିଲେ ନାବାଳିକା । ପରିବାର ଲୋକ ସଂଧ୍ୟାରେ ନାବାଳିକା ନିଖୋଜ ନେଇ ଥାନାରେ ଅଭିଯୋଗ କରିଥିଲେ । ଆଜି ସକାଳେ ଜଙ୍ଗଲରୁ ପରିବାର ଲୋକ ମୃତଦେହ ଉଦ୍ଧାର କରିଥିଲେ । ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ତଦନ୍ତ ଜାରି ରଖିଛି ପୋଲିସ ।