ଅନୁଗୁଳରେ ଲଜ୍ଜା ! ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ଅଳିଆ ଗଦାରେ ଫିଙ୍ଗିଦେଇଥିବା ଅଭିଯୋଗ

Advertisment
ପ୍ରାଇମ ଟାଇମ ବୁଲେଟିନ : ୨୧/୦୭/୨୦୧୯

କନକ ବ୍ୟୁରୋ: ଅନୁଗୁଳରେ ପୁଣି ଏକ ଲଜ୍ଜା । ସାମ୍ନାକୁ ଆସିଛି ନାବାଳିକା ଦୁଷ୍କର୍ମ ପରି ଆଉ ଏକ ସଂଗୀନ ଅଭିଯୋଗ । ନାବାଳିକାକୁ ଦୁଷ୍କର୍ମ କରି ଅଳିଆ ଗଦାରେ ଫିଙ୍ଗି ଦେଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ତେବେ ଅନୁଗୁଳ ଡାକ୍ତରଖାନାରେ ମୃତ ଶିଶୁର ଆଖି ତାଡି ନେବା ଘଟଣା ମନରୁ ନଲିଭୁଣୁ ଏବେ ସାମ୍ନାକୁ ଆସିଛି ଏପରି ଅଭାବନୀୟ ଖବର ।

publive-image

ସୂଚନା ଅନୁସାରେ, ଗତକାଲି ରାସ୍ତା ପାଖ ଦୋକାନ ବାରଣ୍ଡାରେ ଯାଯାବର ପରିବାର ଶୋଇଥିଲେ । ତେବେ ବିଳମ୍ୱିତ ରାତିରେ ନାବାଳିକାକୁ ଉଠାଇ ନେଇଥିଲେ ଦୁର୍ବୃତ୍ତ । ଏହାପରେ ନାବାଳିକାଟିକୁ ଦୁଷ୍କର୍ମ କରି ଗୁରୁତର ଅବସ୍ଥାରେ ଅଳିଆ ଗଦାରେ ଫିଙ୍ଗି ଚାଲିଯାଇଥିବା ଅଭିଯୋଗ ହୋଇଛିା ସକାଳେ ଝିଅକୁ ବହୁ ଖୋଜାଖୋଜି ପରେ ଅଳିଆ ଗଦାରୁ ମୁର୍ମୂଷ ଅବସ୍ଥାରେ ପାଇଥିଲେ ପରିବାର ଲୋକେ । ତାକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ନାବାଳିକାର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe