ରାଜସ୍ଥାନର ଭରତପୁରରୁ ଏକ ଲୋମଟାଙ୍କୁରା ଅପରାଧ ସାମ୍ନାକୁ ଆସିଛି । ଏଠାରେ ଦଶମ ଶ୍ରେଣୀରେ ପାଠ ପଢୁଥିବା ଜଣେ ୧୬ ବର୍ଷର୍ୀୟା ଝିଅକୁ ୬୨ ବର୍ଷର ଜଣେ ବ୍ୟକ୍ତି ଦୁଷ୍କର୍ମ କରିବାର ଘଟଣା ସାମ୍ନାକୁ ଆସିଛି । ଅପରାଧୀ ଦୁଷ୍କର୍ମ କରୁଥିବା ସମୟରେ ପୀଡିତାର ଭିଡିଓ ମଧ୍ୟ ନିଜ ମୋବାଇଲରେ ଉତ୍ତୋଳନ କରିଥିଲା । ଏହି ଭିଡିଓକୁ ପୀଡିତାକୁ ଦେଖାଇ ଦୁଷ୍କର୍ମକାରୀ ବାରମ୍ବାର ନାବାଳିକାକୁ ଦୁଷ୍କର୍ମର ଶିକାର ବନାଉଥିଲା । ମନ ଭରିଯିବା ପରେ ଅପରାଧୀ ନାବାଳିକାର ଭଉଣୀକୁ ଏହି ଭିଡିଓ ଦେଖାଇ ଶାରୀରିକ ସଂବନ୍ଧ ରଖିବାକୁ କହିଥିଲା ଏବଂ ସଂବନ୍ଧ ନ ରଖିଲେ ଭିଡିଓ ଭାଇରାଲ୍ କରିବାକୁ ମଧ୍ୟ ଧମକ ଦେଇଥିଲା ।
ପୀଡିତାର ଭଉଣୀ ଏନେଇ ଘରଲୋକଙ୍କୁ କହିବାପରେ କଥା ଥାନାକୁ ଯାଇଥିଲା । ୬ ମାସ ପୂର୍ବରୁ ପୀଡିତାର ମା’ଙ୍କ ଦେହାନ୍ତ ହୋଇଥିବା ବେଳେ ପିତାଙ୍କ ଦୋକାନ ପାଖରେ ହିଁ ଅଭିଯୁକ୍ତର ଦୋକାନ ଥିଲା । ନାବାଳିକା ପ୍ରତିଦିନ ବାପାଙ୍କୁ ଖାଇବାକୁ ଦେବାକୁ ଯାଉଥିଲା ବେଳେ ଦିନେ ବାପାଙ୍କ ଅନୁପସ୍ଥିିତିରେ ଅଭିଯୁକ୍ତ ନାବାଳିକାକୁ ନିଜ ଦୋକାନକୁ ଡାକି ଦୁଷ୍କର୍ମ କରିବା ସହ ଭିଡିଓ ମଧ୍ୟ କରିଥିଲା । ପରେ ଭିଡିଓ ଭାଇରାଲ୍ କରିବାର ଭୟ ଦେଖାଇ ଅଭିଯୁକ୍ତ ପୀଡିତାକୁ ବାରମ୍ବାର ଦୁଷ୍କର୍ମ କରୁଥିଲା । ପୋଲିସ୍ ଅଭିଯୁକ୍ତକୁ ନାବାଳିକାକୁ ଦୁଷ୍କର୍ମର କରିବା ଅଭିଯୋଗରେ ଗିରଫ କରିଛି ।
Follow Us
/kanak/media/post_attachments/wp-content/uploads/2019/08/674788-rape-016-300x169.jpg)