ବାପାଙ୍କୁ ସହାୟତା କରିବାକୁ ଆଗେଇ ଆସିଛନ୍ତି ନିମାପଡ଼ାର କୁନି ଝିଅ । ବିଲକୁ ଯାଇ କାମ କରୁଛନ୍ତି ଦେଉଳି ସାହିର ପୂଜା ସ୍ୱାଇଁ, ସ୍କୁଲ ଯିବା ସହ ବାପାଙ୍କୁ କରୁଛନ୍ତି ସାହାଯ୍ୟ

ବାପାଙ୍କୁ ସହାୟତା କରିବାକୁ ଆଗେଇ ଆସିଛନ୍ତି ନିମାପଡ଼ାର କୁନି ଝିଅ । ବିଲକୁ ଯାଇ କାମ କରୁଛନ୍ତି ଦେଉଳି ସାହିର ପୂଜା ସ୍ୱାଇଁ, ସ୍କୁଲ ଯିବା ସହ ବାପାଙ୍କୁ କରୁଛନ୍ତି ସାହାଯ୍ୟ

କନକ ବ୍ୟୁରୋ : ନବମ ଶ୍ରେଣୀର ଛାତ୍ରୀ ପୂଜା ସ୍ୱାଇଁ । ସ୍କୁଲ ଯିବା ସହ ବିଲରେ ବାପାଙ୍କୁ କାମରେ ସାହାଯ୍ୟ କରୁଛନ୍ତି ପୂଜା । ଦିନକୁ ଦୁଇରୁ ୩ ବେଳା ବିଲରେ ଯାଇ କାମ କରୁଛନ୍ତି । କେତେବେଳେ ବିଲରେ କୋଦାଳ ଧରି ମାଟି ହାଣୁଛନ୍ତି । ଅନ୍ୟ କେତେବେଳେ କ୍ଷେତରେ ପାଣି ମଡ଼ାଉଛନ୍ତି । ସ୍କୁଲ ଯିବା ପୂର୍ବରୁ ହେଉକି ପରେ ବାପାଙ୍କୁ ସାହାଯ୍ୟ କରିବାକୁ ବିଲକୁ ଆସି କାମ କରନ୍ତି ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଦେଉରୀ ସାହିର ପୂଜା ସ୍ୱାଇଁ ।

ବାପା ପ୍ରଭାକର ସ୍ୱାଇଁ ଅସୁସ୍ଥ ଥିବାରୁ ତାଙ୍କ ହାତ, ଗୋଡ଼ ଫୁଲି ଯାଉଛି । ପରିବାରର ଆର୍ଥିକ ସ୍ଥିତି ଏତେ ଭଲ ନଥିବା ବେଳେ ଲୋକଙ୍କୁ ମଜୁରୀ ଦେଇ କାମ କରାଇବା ସମ୍ଭବ ହେଉନାହିଁ । ତେଣୁ ଯେତିକି ସମ୍ଭବ ସେତିକି କରୁଛନ୍ତି ପ୍ରଭାକର । ଆଉ ବାପାଙ୍କ ଅବସ୍ଥା ଦେଖି କାମରେ ସାହାଯ୍ୟ କରୁଛନ୍ତି ଝିଅ ପୂଜା । କାମ ସମୟରେ କାମ କରିବା ସହ ବଳକା ସମୟରେ ପାଠରେ ମଧ୍ୟ ବେଶ ମନ ଦିଅନ୍ତି ପୂଜା ।

ଏତେ କମ୍ ବୟସରେ ପରିବାରକୁ ବୁଝି ନିଜ ସମୟ ଦେଉଛନ୍ତି ନବମ ଶ୍ରେଣୀରେ ପଢ଼ୁଥିବା ପୂଜା । ପୂଜାଙ୍କ ସାହାସ ଓ ଉଦ୍ୟମକୁ ଗାଁରେ ଲୋକେ ବେଶ ପ୍ରଶଂସା କରନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe