ବାଡିରେ ପଡିଛି କୁନି ପିଲାର କଟା ମୁଣ୍ଡ । ଯାଜପୁର ରାଧାନଗର ଗାଁରେ ଚାଂଚଲ୍ୟ, ବଳି ଉଦ୍ଦେଶ୍ୟରେ କେହି ହତ୍ୟା କରିଥିବା ସନ୍ଦେହ

313

କନକ ବ୍ୟୁରୋ : ଯାଜପୁରରେ ଚାଂଚଲ୍ୟ । ଲକ୍ଷ୍ମୀନଗର ପଂଚାୟତ ରାଧାନଗର ଗାଁରୁ ଶିଶୁର କଟାମୁଣ୍ଡ ଉଦ୍ଧାର କରାଯାଇଛି । ଶିଶୁର ପରିଚୟ ମିଳିପାରିନାହିଁ । ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ଜଣେ ଗ୍ରାମବାସୀଙ୍କ ବାଡିରେ ଶିଶୁର କଟାମୁଣ୍ଡ ଦେଖିବାକୁ ମିଳିଥିଲା । ଶିଶୁର ଆଖପାଖରେ କୁକୁର ମଧ୍ୟ ବୁଲୁଥିବା ଦେଖିଥିଲେ ଲୋକେ । ଏନେଇ ଆଜି ସକାଳେ ଯାଜପୁର ରୋଡ୍ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ଶିଶୁର କଟା ମୁଣ୍ଡକୁ ନେଇ ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ଖେଳିଯାଇଛି । ବଳି ଉଦ୍ଦେଶ୍ୟରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ବଳି ଦେବା ପରେ ଶିଶୁର କଟା ମୁଣ୍ଡ ପକାଇ ଦେଇଥିବା ଆଶଙ୍କା କରାଯାଉଛି । ତେବେ କଟା ମୁଣ୍ଡ ପଛର କ’ଣ ରହିଛି ପ୍ରକୃତ କାରଣ, ସେନେଇ ତଦନ୍ତ ଜାରି ରଖିଛି ପୋଲିସ ।