କନକ ବ୍ୟୁରୋ: ବଡ ଭଉଣୀର ବାହା ବେଦୀରେ ବିବାହ କରିବାକୁ ଯାଉଥିଲା ସାନ ଭଉଣୀ । ବିବାହ ପାଇଁ ମଣ୍ଡପ ପ୍ରସ୍ତୁତ ଥିଲା, ବେଦୀ ବନ୍ଧା, ସାଜସଜ୍ଜା ସହ ଭୋଜିଭାତର ଆୟୋଜନ ବି ଚାଲିଥିଲା । ହେଲେ ବର ଆସିବା ଆଗରୁ ନାବାଳିକାକୁ ପରିବାର ଲୋକେ ବିବାହ କରାଉଥିବା ଖବର ପାଇ ଗାଁରେ ପହଂଚି ବିବାହ ବନ୍ଦ କଲେ ଚାଇଲଡ ଲାଇନ ସଦସ୍ୟ । ବାଲେଶ୍ୱର ଜିଲ୍ଲା ସୋର ପୈାର ପରିଷଦରେ ଘଟିଛି ଏହି ସମ୍ବେଦନଶୀଳ ଘଟଣା ।
ବଡଖୁରୀ ଗାଁର ଜଣେ ବ୍ୟକ୍ତିଙ୍କ ବଡ ଝିଅ ସହ ମେଘ ମାଧବ ଗାଁର ଜଣେ ଯୁବକଙ୍କ ସହ ଆଜି ବାହାଘର ସ୍ଥିର ହୋଇଥିଲା । ହେଲେ ଗତ ୧୭ ତାରିଖରେ ପ୍ରେମିକ ସହ ଫେରାର ହୋଇଯାଇଥିଲା ଝିଅ । ଏହାପରେ କନ୍ୟା ପରିବାର ବର ପରିବାର ଲୋକଙ୍କ ସହ ଆଲୋଚନା କରି ସମାନ ତିଥୀରେ ସାନ ଝିଅ ସହିତ ବିବାହ ପାଇଁ ସ୍ଥିର କରିଥିଲେ । କିନ୍ତୁ ସାନ ଝିଅ ନାବାଳିକା ଥିବା ଖବର ପାଇ ଖଇରା ଚାଇଲଡ ଲାଇନର ସଦସ୍ୟ ପୁଲିସ ସହ ବଡଖୁରୀ ଗାଁରେ ପହଂଚି ବିବାହ ବନ୍ଦ କରିଛନ୍ତି । ଏନେଇ ସୋର ଥାନାରେ ଚାଇଲଡ ଲାଇନ ଅଧିକାରୀ ସ୍ୱୟଂପ୍ରଭା ଦଳେଇ, ପଂଚାନନ ତ୍ରିପାଠୀ ଅଭିଯୋଗ କରିଛନ୍ତି । ପରେ ଝିଅର ବାପା ୧୮ ବର୍ଷ ପୂର୍ବରୁ ଝିଅର ବାହାଘର ନକରିବାକୁ ଲିଖିତ ପ୍ରତିଶ୍ରୁତି ଦେବା ପରେ ଚାଇଲଡ ଲାଇନ ସଦସ୍ୟମାନେ ଫେରିଯାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/02/7-17.jpg)