ଚାନ୍ଦବାଲି: ନିଖୋଜ ପରେ ଗୁରୁତର ଅବସ୍ଥାରେ ଉଦ୍ଧାର ହେଲେ କଲେଜ ଛାତ୍ରୀ । ବିଲ ଭିତରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର

Advertisment
ଚାନ୍ଦବାଲି: ନିଖୋଜ ପରେ ଗୁରୁତର ଅବସ୍ଥାରେ ଉଦ୍ଧାର ହେଲେ କଲେଜ ଛାତ୍ରୀ  । ବିଲ ଭିତରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର

କନକ ବ୍ୟୁରୋ: ନିଖୋଜ ପରେ ଗୁରୁତର ଅବସ୍ଥାରେ ଉଦ୍ଧାର ହେଲେ କଲେଜ ଛାତ୍ରୀ । ଅଖାରେ ପୁରାଇ ହାତ ଗୋଡ଼ ବନ୍ଧା ଯାଇ ଥିବା ଅବସ୍ଥାରେ ଛାତ୍ରୀ ଜଣଙ୍କୁ ଉଦ୍ଧାର କରାଯାଇଛି । ଭଦ୍ରକ ତିହିଡ଼ି ଥାନା ଗୁଆମାଳ ପଂଚାୟତ ଗଣ୍ଡପଡ଼ା ଗ୍ରାମର ଏହି ଛାତ୍ରୀ ଜଣକ ଶୁକ୍ରବାର ସଂଧ୍ୟାରୁ ନିଖୋଜ ଥିଲେ । ଏନେଇ ପରିବାର ପକ୍ଷରୁ ତିହିଡ଼ି ଥାନାରେ ମାମଲା ରୁଜୁ ହୋଇଥିଲା । ୨ ଜଣ ଯୁବକ ଝିଅକୁ ଅପହରଣ କରିଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା । ତେବେ ଗତକାଲି ଅଖାରେ ବନ୍ଧା ଯାଇଥିବା ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ଛାତ୍ରୀ ଜଣଙ୍କୁ ତିହିଡ଼ି ଡାକ୍ତରଖାନାରେ ଭର୍ତି କରାଯାଇଛି । ମାମଲାରେ ୨ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ୍ ।

publive-image

ସୂଚନା ଅନୁଯାୟୀ; ତିହିଡ଼ି ଥାନାର ଗୁଆମାଳ ପଞ୍ଚାୟତର ଏହି ନାବାଳିକା(୧୬) ଜଣକ ଗତକାଲି ସକାଳ ପ୍ରାୟ ୮ଟାବେଳେ ଘରେ ବସିଥିବା ବେଳେ ଦୁଇ ଜଣ ଯୁବକ ଏକ ମୋଟରସାଇକେଲରେ ଆସି ତା’କୁ ଟେକି ନେଇଥିଲେ। ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ନାବାଳିକାକୁ ନ ପାଇବାରୁ ତିହିଡ଼ି ଥାନାରେ ଅଭିଯୋଗ କରିଥିଲେ। ତେବେ ପୁଲିସ କୌଣସି ତଦନ୍ତ ନ କରି ବସି ଯାଇଥିଲା। ରାତି ପ୍ରାୟ ୮ଟା ବେଳକୁ ନାବାଳିକା ଜଣକ ଘର ପଛ ପାଖ ବିଲରେ ଗୋଡ଼ହାତ ବନ୍ଧା ହୋଇଥିବା ପଡ଼ିଥିବା ଦେଖିବାକୁ ମିଳିଥିଲା। ବେଶ୍ କିଛି ସମୟ ଚେତା ହରାଇଥିବା ନାବାଳିକା ଜଣ ଚେତା ଫେରି ପାଇବା ପରେ ଚିତ୍କାର କରିଥିଲା।

publive-image

ପରିବାର ଲୋକେ ଚିତ୍କାର ଶୁଣି ବାଡ଼ିପଛ ପଟରୁ ତାକୁ ଉଦ୍ଧାର କରି ତିହିଡି ମେଡିକାଲରେ ଭର୍ତ୍ତି କରିଥିଲେ। ନାବାଳିକା ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଥିବାବେଳେ ଘଟଣା ସମ୍ପର୍କରେ କିଛି କହିପାରୁ ନ ଥିଲା। ତେବେ ଦୁଇ ଯୁବକ ତାଙ୍କ ମୁହଁ ବାନ୍ଧି ଅପହରଣ କରିଥିବା କହିଥିଲେ। ତେଣୁ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ନେଇ ପରିବାର ତରଫରୁ ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ତିହିଡ଼ି ପୁଲିସ ମେଡିକାଲରେ ପହଞ୍ଚି ନାବାଳିକାର ବୟାନ ନେଇଥିବାବେଳେ ଜଣେ ଯୁବକକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe