କନକ ବ୍ୟୁରୋ : କାର୍ତ୍ତିକ ପୂର୍ଣ୍ଣମୀ ପାଇଁ ସାରା ରାଜ୍ୟରେ ଉତ୍ସବର ମାହୋଲ ରହିଛି । ଏହାରି ମଧ୍ୟରେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ପଢୁଆଁ ମହାଳିକ ସାହିରୁ ଆସିଛି ଦୁଖଦ ଖବର । ପୋଖରୀରେ ଭାସୁଥିବା ଡଙ୍ଗା ଆଣିବାକୁ ଯାଇ ଜଣେ ନାବାଳିକାର ମୃତ୍ୟୁ ହୋଇଛି ।

Advertisment

ସକାଳେ ଡଙ୍ଗା ଭସା ପର୍ବ ସରିଥିଲା । ଲୋକମାନେ ପୋଖରୀରେ ଡଙ୍ଗା ଭସାଇ ଫେରିଆସିଥିଲେ । ହେଲେ ନାବାଳିକା ଜଣଙ୍କ ପୋଖରୀ ଭିତରେ ଭାସୁଥିବା ଡଙ୍ଗା ଆଣିବାକୁ ପାଣି ଭିତରେ ପଶି ଯାଇଥିଲେ । ହେଲେ ଡଙ୍ଗା ପାଖରେ ପହଂଚିବା ପୂର୍ବରୁ ନାବାଳିକା ଜଣଙ୍କ ପାଣିରେ ବୁଡି ଯାଇଥିଲେ । ଖବର ପାଇ ଗ୍ରାମବାସୀ ନାବାଳିକା ଜଣଙ୍କୁ ପାଣିରୁ ଉଦ୍ଧାର କରିଥିଲେ ବି ତାଙ୍କର ମୃତ୍ୟୁ ହୋଇଛି ।