ବାଲେଶ୍ୱରର ନିଖୋଜ ନାବାଳିକାର ମୃତଦେହ ଠାବ: ଶୁକ୍ରବାର ଦିନ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ହୋଇଥିଲା ନିଖୋଜ; ମାମୁଁଘର ପଛପଟ ପୋଖରୀରୁ ମିଳିଲା ମୃତଦେହ

322

କନକ ବ୍ୟୁରୋ: ଉଦ୍ଧାର ହେଲା ନିଖୋଜ ନାବାଳିକର ମୃତଦେହ । ମାମୁଁଘର ପଛପଟ ପୋଖରୀରୁ ନାବାଳିକାର ମୃତଦେହ ଉଦ୍ଧାର ହୋଇଛି । ଦିନକୁ ଦିନ ରାଜ୍ୟରେ ଶିଶୁ ନିଖୋଜ ଘଟଣା, ସାରା ରାଜ୍ୟରେ ହଇଚଇ ସଷ୍ଟି କରିଥିବା ବେଳେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ସୁନ୍ଦୁରକୋଇଲି ଗାଁର ବଳରାମ ପାତ୍ରଙ୍କ ୭ ବର୍ଷର ଝିଅ ବିଷ୍ଣୁପ୍ରୀୟା ଗତ ଶକ୍ରବାର ଠାରୁ ନିଖୋଜ ଥିଲା । ଆଜି ସକାଳୁ ତାର ମୃତଦେହ ଉଦ୍ଧାର କରିଛି । ସୁଚନା ଅନୁଯାଇ ବିଷ୍ଣୁପ୍ରିୟା ସୁନ୍ଦୁରକୋଇଲି ଗାଁରେ ଥିବା ମାମୁଁ ଘରେ ରହି ପାଠ ପଢୁଥିଲା ।

ଗତ ୧୧ ତାରିଖ ଶକ୍ରବାର ଦିନ ପ୍ରାୟ ୯ ଟାରେ ଗାଁ ଦାଣ୍ଡରେ ଖେଳୁଖେଳୁ ନିଖୋଜ ହୋଇଯାଇଥିଲା । ମାମୁଁ ଘର ଲୋକ ଏବଂ ପରିବାର ଲୋକେ ଦିନ ତମାମ୍ ନାବାଳିକାକୁ ଖୋଜାଖୋଜି କରି କୋ÷÷ଣସି ସନ୍ଧାନ ପାଇ ନଥିଲେ, ଏନେଇ ସ୍ଥାନୀୟ ସରପଂଚଙ୍କୁ ଜଣାଇବା ପରେ ସରପଂଚ ଶନିବାର ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରି ନାବାଳିକାକୁ ଖୋଜିଥିଲା । ମାତ୍ର ତାର କୋ÷÷ଣସି ଖବର ନମିଳିବାରୁ ଗତକାଲି ପରିବାର ଲୋକେ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଆଜି ନାବାଳିକାର ମୃତଦେହ ଏକ ପୋଖରୀରୁ ଉଦ୍ଧାର କରାଯାଇଛି ।