ମିସକଲରୁ ଆରମ୍ଭ ହୋଇଥିଲା ପ୍ରେମ,ବିବାହ ପରେ ଯୁବକ ଜାଣିଲେ ଆଇ ବୟସର ହେବେ ପତ୍ନୀ !

ମିସକଲରୁ ଆରମ୍ଭ ହୋଇଥିଲା ପ୍ରେମ,ବିବାହ ପରେ ଯୁବକ ଜାଣିଲେ ଆଇ ବୟସର ହେବେ ପତ୍ନୀ !

ଉଭୟଙ୍କ ବୟସରେ ୪୫ ବର୍ଷର ବ୍ୟବଧାନ। ବରକୁ ୧୫ ଓ କନ୍ୟାକୁ ୬୦। ଆଈ-ନାତି ବୟସର କହିଲେ ଭୁଲ ହେବନାହିଁ। କିନ୍ତୁ ଏମାନଙ୍କର ବିବାହ ହୋଇଛି। ବିବାହ ପରେ ନବବଧୂକୁ ବାଧ୍ୟହୋଇ ନିଜ ଘରକୁ ନେଇଛି ବର। ଏଭଳି ଏକ ବିରଳ ତଥା ଅଜବ ଘଟଣା ଆସାମର ଗୋଲ୍ପଡ଼ା ଜିଲ୍ଲାରେ ଘଟିଛି। ଘଟଣାଟି କେବଳ ଆସାମରେ ନୁହେଁ, ସାରା ଦେଶରେ ଚର୍ଚ୍ଚିତ ହୋଇଛି। ତେବେ ବିବାହର କେଇଘଣ୍ଟା ପରେ ଉଭୟଙ୍କର ବିବାହବିଚ୍ଛେଦ ଘଟିଛି। ଗ୍ରାମର ମୁରବୀଙ୍କ ନିଷ୍ପତ୍ତିକ୍ରମେ ନବବଧୂକୁ ଶେଷରେ ନିଜ ଘରକୁ ଫେରିଯିବାକୁ ପଡ଼ିଛି। ଗୌହାଟୀଠାରୁ ୨୦୦ କିଲୋମିଟର ଦୂର ଗୋଲ୍ପଡ଼ା ବାସିନ୍ଦା ଏହି ୧୫ ବର୍ଷୀୟ କିଶୋର ପ୍ରଥମ ଥର ପାଇଁ ଏକ ମୋବାଇଲ ଫୋନ୍ କରି ଖୁସିରେ ମସ୍ଗୁଲ ଥିବା ବେଳେ ଏକ ଅଜଣା ନମ୍ବରରୁ ମିସ୍ଡକଲ୍ ଆସିଥିଲା। ମିସ୍ଡକଲ୍ ଦେଖି ଫୋନ୍ ଲଗାଇବା ପରେ ସେପଟୁ ଜଣେ ମହିଳାଙ୍କ ସ୍ବର ଶୁଭିଥିଲା। ଦୁଇପଦ କଥା ହେବା ପରେ କିଶୋରଟିର ମନରେ କୌତୂହଳ ଉପୁଜିଥିଲା। ଏହାପରେ ଦୁଇଜଣ କିଛି ଥର କଥା ହୋଇଥିଲେ। ପୂର୍ବରୁ ଫୋନ୍ରେ ମହିଳାଙ୍କ ସ୍ବର ଶୁଣିନଥିବା କିଶୋର ତାଙ୍କୁ ଭଲପାଇ ବସିଥିଲା। ଶେଷରେ ତାଙ୍କୁ ଦେଖା କରିବାକୁ କହିଥିଲା।

publive-image

ଉଭୟଙ୍କ ଦ୍ବାରା ନିର୍ଦ୍ଧାରିତ ହୋଇଥିବା ବର୍ପେଟ ଗ୍ରାମରେ କିଶୋର ଜଣକ ମନରେ ପ୍ରବଳ ଉତ୍କଣ୍ଠା ଧରି ସାଇକେଲ୍ରେ ୧୨ କିଲୋମିଟର ରାସ୍ତା ଅତିକ୍ରମ କରି ପହଞ୍ଚିଥିଲା। ମହିଳା ଜଣକ ତାକୁ ଚିହ୍ନିପାରି କିଛି ଖାଦ୍ୟ ଦେଇଥିଲେ ଏବଂ କିଶୋର ଜଣକ କିଛି ନପଚାରି ଖାଇଥିଲା। ଖାଇବା ପରେ ମୋ ପ୍ରେମିକା କାହାନ୍ତି ବୋଲି ପଚାରିଥିଲା। କିନ୍ତୁ ଉତ୍ତର ଶୁଣିବା ପରେ ତା’ ପାଦ ତଳୁ ମାଟି ଖସିପଡ଼ିଥିଲା। ଏହି ସମୟରେ ବର୍ପେଟ୍ ଗ୍ରାମର କିଛି ଲୋକ ସେମାନଙ୍କୁ ଧରିନେଇଥିଲେ। ଗ୍ରାମବାସୀ ଘନଘନ ପ୍ରଶ୍ନ କରିବାରୁ ମହିଳା ଜଣକୁ ଭଲପାଏ ବୋଲି ନରମ କଣ୍ଠରେ କହିଥିଲା କିଶୋର। ମହିଳା ଜଣକ ମଧ୍ୟ ଅନନ୍ୟୋପାୟ ହୋଇ ସମାନ କଥା କହିଥିଲେ। ଏ ନେଇ ସେ କୁହନ୍ତି, ମୁଁ ଯଦି ଏହା ନକହିଥାନ୍ତି, ତା’ହେଲେ ସେମାନେ ପିଲାଟିକୁ ମାରିଦେଇଥାନ୍ତେ। ତା’ର ଜୀବନ ବଞ୍ଚାଇବାକୁ ଯାଇ ଏଭଳି କହିବାକୁ ବାଧ୍ୟ ହେଲି।

publive-image

ଏତିକିରେ କଥା ସରିନଥିଲା। ବଙ୍ଗାଳୀ ମୁସ୍ଲିମ୍ ବହୁଳ ଥିବା ଉକ୍ତ ଗ୍ରାମର ଲୋକମାନେ ଶେଷରେ ଅଜବ ନିଷ୍ପତ୍ତି ନେଇ ଉଭୟଙ୍କର ଜୋରଜବରଦସ୍ତ ବିବାହ କରାଇଥିଲେ। ବିବାହ ପରେ ମହିଳା ଜଣକୁ ଘରକୁ ନେଇଯିବା ପାଇଁ କିଶୋରକୁ ତାଗିଦ୍ କରିଥିଲେ। ଭୟରେ ସେ ତାଙ୍କୁ ନିଜ ଘରକୁ ନେବାକୁ ବାଧ୍ୟ ହୋଇଥିଲା। ଘରେ ପହଞ୍ଚିବା ପରେ ଏମାନଙ୍କୁ ଆହୁରି ହଟହଟ୍ଟା ହେବାକୁ ପଡ଼ିଥିଲା। କିଶୋରର ୪୫ ବର୍ଷୀୟା ମାଆ ବୋହୂକୁ ଦେଖି ଚକିତ ହୋଇଯାଇଥିଲେ। ପ୍ରକୃତ ଘଟଣା ଜାଣିବା ପରେ ଗ୍ରାମବାସୀଙ୍କୁ ଡକାଇ ସେମାନଙ୍କର ବିବାହବିଚ୍ଛେଦ କରାଇଥିଲେ। ତେବେ ଭୁଲ ବୁଝାମଣା ଯୋଗୁ ଏଭଳି ଅପ୍ରୀତିକର ପରିସ୍ଥିତିର ଶିକାର ହୋଇଥିବା ଏହି କିଶୋର ଓ ୬୦ ବର୍ଷୀୟା ବୃଦ୍ଧାଙ୍କୁ ବହୁ ଲଜ୍ଜିତ ହେବାକୁ ପଡ଼ିଛି। ବର୍ପେଟ ଗ୍ରାମର ଲୋକଙ୍କ ମନମୁଖି ଯୋଗୁ ସେମାନେ ଏକ ବଡ଼ କଳଙ୍କ ମୁଣ୍ଡାଇବାକୁ ବାଧ୍ୟ ହୋଇଛନ୍ତି। ଛାଡ଼ପତ୍ର ପରେ ବୃଦ୍ଧା ଜଣକ ନିଜ ଘରକୁ ଫେରିଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe