କମିବ କୋର୍ଟ ଉପରେ ପଡୁଥିବା ଚାପ: ପ୍ରତ୍ୟାହାର ହେବ ଆଦିବାସୀଙ୍କ ଉପରେ ଥିବା ଛୋଟ ମାମଲା

196

କନକ ବ୍ୟୁରୋ: ଆଇନକାନୁନ୍ ଜାଲରେ ଛନ୍ଦି ହୋଇପଡିଥିବା ନୀରିହ ଆଦିବାସୀଙ୍କୁ ମିଳିବ ମୁକ୍ତି । ଜନଜାତି ସମ୍ପ୍ରଦାୟଙ୍କ ନାଁରେ ଥିବା ଛୋଟ ଛୋଟ ମକଦ୍ଦମା ହଟିଯିବ । ଜଙ୍ଗଲ ଓ ଅବକାରୀ ସଂପର୍କିତ ୪୮ ହଜାର ୧୮ଟି ମାମଲା ପ୍ରତ୍ୟାହାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୃହ ବିଭାଗ, ଅବକାରୀ ବିଭାଗ, ଜଙ୍ଗଲ ଓ ପରିବେଶ ବିଭାଗରେ ଜନଜାତି ର୍ବଗଙ୍କ ଉପରେ ଥିବା ମାମଲା ଗୁଡ଼ିକୁ ସମୀକ୍ଷା କରିବା ପରେ ଏହି ନିଷ୍ପତି ନିଆଯାଇଛି ।

ମାଲକାନଗିରିର ସୋନୁ ଅନୁଗୁ, ଆଦିବାସୀଙ୍କ ବିଭିନ୍ନ ସମସ୍ୟାରେ ଲୋକଙ୍କ ସହ ଛିଡାହୁଅନ୍ତି । ମୌଳିକ ଅଧିକାର ପାଇଁ ଲଢେଇ କରିନ୍ତି । ଏବେ ତାଙ୍କ ନାଁରେ ଅନେକ ମାମଲା ରହିଛି । ମାଲକାନଗିରି ଦଇମତି ନାୟକ ବି ଅବକାରୀ ମାମଲାରେ ଫସିଛନ୍ତି । କୋର୍ଟକୁ ଦୌଡି ଦୌଡି ସେ ନୟାନ୍ତ ହେଲେଣି । ସେହିଭଳି ନିଜ ଜମିରେ ଗଛ କାଟି ମାମଲାର ଫସିଛନ୍ତି ସୁନ୍ଦରଗଡର ହୃଷୀ ଖାଖା ।

ଜନଜାତି ଭାଇ ଭଉଣୀଙ୍କ ଉପରେ ଥିବା ଛୋଟ ଛୋଟ ମକଦ୍ଦମା ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଜନଜାତି ବର୍ଗଙ୍କ ଉପରେ ଥିବା ଗୃହ ବିଭାଗ, ଅବକାରୀ ବିଭାଗ , ଜଙ୍ଗଲ ଓ ପରିବେଶ ବିଭାଗର ମକଦ୍ଦମାଗୁଡିକର ସମୀକ୍ଷା କରିବା ପରେ ଏଭଳି ନିଷ୍ପତି ନିଆଯାଇଛି ।

-୩ ବିଭାଗର ସମୁଦାୟ ୪୮୦୧୮ଟି ଜଙ୍ଗଲ ଓ ଅବକାରୀ ସମ୍ପର୍କିତ ମାମଲା ପ୍ରତ୍ୟାହାର ହେବ
-ଅବକାରୀ ବିଭାଗ ଅଧୀନରେ ୩୬୫୮୧ ମାମଲା
-ଗୃହବିଭାଗ ଅଧୀନରେ ୯୮୪୬ ମାମଲା
-ଜଙ୍ଗଲଓ ପରିବେଶ ବିଭାଗ ଅଧୀନରେ ୧୫୯୧ ମାମଲା ରହିଛି

ଏଭଳି ଛୋଟ ମାମଲାରେ ପଡି ଅନେକ ଆଦିବାସୀ ହଇରାଣ ହେଉଥିଲେ । ଏବେ ସରକାରଙ୍କ ଏହି ନିଷ୍ପତିକୁ ଆଦିବାସୀ ନେତା ସ୍ୱାଗତ କରିଛନ୍ତି । ଛୋଟ ଛୋଟ ମାମଲା ପାଇଁ ଆଦିବାସୀ ହଇରାଣ ହେଉଥିଲେ । ଜଙ୍ଗଲ ମାଫିଆଙ୍କ ପାଇଁ ଆଦିବାସୀଙ୍କ ଉପରେ ମିଛ ମାମଲା ହେଉଥିବା ଅଭିଯୋଗ ହେଉଥିଲା । ଏପରିକି ମାମଲା ଲଢିବା ଲାଗି ଜନଜାତି ନିଜର ଜମି ବି ବିକ୍ରି କରିଦେଉଥିଲେ । ଏବେ ସରକାରଙ୍କ ଏହି ନିଷ୍ପତ୍ତି ଜନଜାତିଙ୍କୁ ଆଶ୍ୱସ୍ତି ଆଣିଦେଇଛି ।