କନକ ବ୍ୟୁରୋ: ଆମ୍ବୁଲାନ୍ସ ଧକ୍କାରେ ନାବାଳକ ପୁଅ ମୃତ, ବାପା ଗୁରୁତର। ଶବ ରଖି ଉତ୍ୟକ୍ତ ଗ୍ରାମବାସୀଙ୍କ ରାସ୍ତା ଅବରୋଧ। ନବରଙ୍ଗପୁର ଡାବୁଗାଁ ମହେନ୍ଦ୍ରୀ ଛକରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସ୍ଥାନୀୟ ଗାଁର ଗଣେଷ ମହାନ୍ତି ନାମକ ବ୍ୟକ୍ତି ନିଜ ପୁଅ ସହ ସାଇକେଲ ଯୋଗେ ଡାବୁଗାଁ ଅଭିମୁଖେ ଯାଉଥିବା ବେଳେ ଏକ ଆମ୍ବୁଲାନ୍ସ ପଛପଟୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ହିଁ ପୁଅ ନିଖିଳ ମହାନ୍ତିର ମୃତ୍ୟୁ ଘଟିଥିବା ବେଳେ ବାପା ଗଣେଷଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଆମ୍ବୁଲାନ୍ସ ଡ୍ରାଇଭର ଜଣକ ଆତ୍ମସମର୍ପଣ କରିଥିବା ବେଳେ ଉତ୍ୟକ୍ତ ଲୋକେ ନବରଙ୍ଗପୁର-ଉମରକୋଟ ରାସ୍ତା ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଶହ ଶହ ଗାଡି ଅଟକି ରହିଛି, ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।