ଡ଼େଣ୍ଡରାଇଟ୍ ନିଶାରେ ବାୟା କୁନି କୁନି କୋମଳମତି ଶିଶୁ : ଅନଗୁଳୁ ସଦର ମହକୁମାରୁ ଆସିଲା ଚିନ୍ତାଜନକ ଚିତ୍ର

ବାପା-ମାଆ କାମକୁ ବାହାରିଯିବା ପରେ ବାହାରେ ବୁଲି ଟଙ୍କା ମାଗୁଛନ୍ତି ପିଲା; ଡେନଡ୍ରାଇଟ୍ କିଣି କରୁଛନ୍ତି ନିଶା ସେବନ

235

କନକ ବ୍ୟୁରୋ : ନିଶାରେ ଫସୁଛନ୍ତି ଶିଶୁ । ଡ଼େଣ୍ଡରାଇଟ୍ ନିଶାରେ ବାୟା କୁନି କୁନି କୋମଳମତି ଶିଶୁ । କିଏ ରୁମାଲରେ ଡ଼େଣ୍ଡରାଇଟ୍ ପକାଇ ଶୁଙ୍ଘୁଛି ତ କିଏ ପଲିଥିନ୍ରେ ଭର୍ତି କରି ନିଶା ଭାବେ ଗ୍ରହଣ କରୁଛନ୍ତି । ଏଭଳି ଚିତ୍ର ଆସିଛି ଅନୁଗୁଳର ସଦର ମହକୁମାରୁ । ଡେଣ୍ଡରାଇଟ ଏପରି ଏକ ନିଶା ଯାହାକୁ ଥରେ ସେବନ କଲେ,ବାରମ୍ବାର ସେବନ କରିବାକୁ ଇଚ୍ଛା ହୁଏ । ସହଜରେ ଛାଡ଼ି ହୁଏନି ଏହି ଡେଣ୍ଡରରାଇଟ୍ ନିଶା । ଡ଼େଣ୍ଡରାଇଟ୍ ଅଠା ପାଇଁ ବ୍ୟବହାର ହୋଇଥାଏ । କିନ୍ତୁ ବର୍ତ୍ତମାନ ଅନୁଗୁଳୁ ସହରରେ କିଛି ଶିଶୁ ଏହାକୁ ନିଶା ଭାବରେ ବ୍ୟବହାର କରୁଛନ୍ତି ।

ବାପା ମାଆ କାମରେ ଘରୁ ବାହାରି ଯିବା ପରେ ଏମାନେ ବଜାର ବୁଲି ଲୋକଙ୍କ ପାଖରୁ ଟଙ୍କା ମାଗୁଛନ୍ତି , ଆଉ ସେହି ଟଙ୍କାରେ ବଜାରରେ ବିକ୍ରି ହେଉଥିବା ଡ଼େଣ୍ଡରାଇଟ୍ ଅଠାକୁ ୩୫ ଟଙ୍କା ଦେଇ କିଣି,  ନିଶା ଭାବେ ବ୍ୟବହାର କରୁଛନ୍ତି । ଏହାକୁ ଗ୍ରହଣ କରିବା ପରେ ଆଖି ଲାଲ ହେବା ସହ କିଛି ସମୟ ପାଇଁ ସେମାନଙ୍କର ହୋସ ରହୁନାହିଁ । ପୁଣି କିିଛି ସମୟ ପରେ ଆସୁଛି ହୋସ । ସେପଟେ ଏ ଦିଗରେ ପ୍ରଶାସନ ସଜାଗ ଅଛି, ଶିଶୁମାନେ ଡ଼େଣ୍ଡରାଇଟ୍ ନିଶା ସେବନ କରୁଥିବା ନେଇ ପ୍ରଶାସନ ପାଖରେ କୈାଣସି ଖବର ନାହିଁ ବୋଲି  କହିଛନ୍ତି ଅନୁଗୁଳ ଶିଶୁ ସୁରକ୍ଷା ଅଧିକାରୀ ।