ଦୁନିଆର ରହସ୍ୟମୟ ନଦୀ ! ଅଧାରାସ୍ତାରେ ଅଚାନକ ଗାଏବ୍ ହୋଇଯାଏ ପାଣି, ଶୁଖିଲା ନଦୀରୁ ମିଳିଛି ମଣିଷ ମୁଣ୍ଡ

3,004

କନକ ବ୍ୟୁରୋ : ନଦୀକୁ ନେଇ ସାରା ବିଶ୍ୱରେ ଅନେକ ରହସ୍ୟ ରହିଛି । କେଉଁଠି ବେଳେ ବେଳେ ନଦୀର ପାଣି ରକ୍ତ ଭଳି ଦେଖାଯାଉଛି ତ କେଉଁଠି ଅନବରତ ବନ୍ୟା ହେବା ଭଳି ପାଣି ରହିଛି । ହେଲେ ଆଜି ଆମେ ଆପଣଙ୍କୁ ବିଶ୍ୱର ଏକ ଏଭଳି ନଦୀ ବାବଦରେ କହିବାକୁ ଯାଉଛି ଯେଉଁଠି ଆପଣ ଡଙ୍ଗାରେ ଯାଉଥିବା ବେଳେ ହଠାତ ଅଧାରାସ୍ତାରେ ପାଣି ଶୁଖିଯାଏ । ଏହାର କାରଣ ଖୋଜିବାକୁ ଯାଇ ଅନେକ ବର୍ଷ ହେବ ବୈଜ୍ଞାନିକମାନେ ଅନୁସନ୍ଧାନ କରୁଥିଲେ ବି କିଛି ସୁଫଳ ମିଳିପାରି ନାହିଁ ।

ଯଦି ଆପଣ ଏହି ନଦୀ ବାବଦରେ ଜାଣିବାକୁ ଚାହୁଁଛନ୍ତି ତେବେ ଆସନ୍ତୁ ଜାଣିବା । ସାରା ବିଶ୍ୱରେ ଆମେରିକା ହେଉଛି ବିକାଶଶୀଳ ଦେଶମାନଙ୍କ ମଧ୍ୟରେ ଅନ୍ୟତମ । ମହାକାଶକୁ ମାନବ ପଠାଇବା ହେଉ ବା ମହାକାଶ ବାବଦରେ ଅନୁସନ୍ଧାନ କରିବା ହେଉ । ସବୁ ବୈଜ୍ଞାନିକ ଅନୁସନ୍ଧାନର ସଫଳତାରେ ଶୀର୍ଷରେ ରହିଛି ଆମେରିକା । ହେଲେ ସେହି ଦେଶରେ ଥିବା ଏଭଳି ଏକ ନଦୀର ରହସ୍ୟ ଖୋଜିପାଇବାରେ ଆମେରିକାର ବୈଜ୍ଞାନିକମାନେ ଏବେ ବି ସଫଳ ହୋଇ ନାହାଁନ୍ତି ।

ଆମେରିକାର ମିନେସୋଟା ନଦୀ । ଆମେରିକାର ମିନେସୋଟା ରାଜ୍ୟରେ ଏହା ଅବସ୍ଥିତ ହୋଇଥିବା କାରଣରୁ ନଦୀର ନାମ ମଧ୍ୟ ମିନେସୋଟା ରହିଥିବା କୁହାଯାଏ । ମିସିସିପି ନଦୀର ଏହା ଏକ ଉପନଦୀ ହୋଇଥିବା ବେଳେ ଏହାର ଲମ୍ବ ୫୩୪ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି । ତେବେ ମିନେସୋଟାର ଅର୍ଥ ହେଉଛି କି, ଆକାଶ ରଙ୍ଗର ପାଣି । କୁହାଯାଏ ଏହା ଆମେରିକାର ହିମଯୁଗ ପରେ ନଦୀଟିର ପ୍ରବାହିତ ଆରମ୍ଭ ହୋଇଥିଲା । ୧୯୬୨ରେ ହୋଇଥିବା ଡାକୋଟା ମହାଯୁଦ୍ଧରେ ଏହି ନଦୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ।

ସବୁଠାରୁ ବଡ କଥା ହେଉଛି କି, ନଦୀଟିର ଗୋଟିଏ ପାର୍ଶ୍ୱ ସାଧାରଣ ଭାବେ ପ୍ରବାହିତ ହେଉଥିବା ବେଳେ ଅପରପାଶ୍ୱର୍ଟି କେଉଁଠାରେ ଶେଷ ହୋଇଛି ତାହା ଜଣାପଡିନାହିଁ । ବୈଜ୍ଞାନିକମାନେ ବହୁ ରିସର୍ଚ୍ଚ ପରେ ମଧ୍ୟ ଏହାର ରହସ୍ୟ ଆଜିଯାଏଁ ଜାଣିପାରିନଥିବା କୁହନ୍ତି । ତେବେ ଏଠାକାର କିଛି ଲୋକକୁହନ୍ତି କି, ନଦୀର ଶେଷଭାଗରେ କିଛି ଗୁମ୍ଫା ରହିଛି । ଯାହାକି ଚୁନ ପଥରରେ ନିର୍ମିତ । ଆଉ ନଦୀର ଶେଷ ଭାଗରେ ଥିବା ଗର୍ତରେ ଲାବାଟ୍ୟୁବ ବାହାରିଥାଏ । ଏଣୁ ପାଣି ଅଦୃଶ୍ୟ ହୋଇଯାଇଥାଏ । ଅନେକ ଲୋକ ଏଭଳି ଅନେକ ରହସ୍ୟ କଥା କହୁଥିବାବେଳେ ଆଜି ମଧ୍ୟ ଏହି ରହସ୍ୟ ଏବେ ମଧ୍ୟ ରହସ୍ୟ ଘେରରେ ରହିଛି ।

ବହୁବର୍ଷ ପୂର୍ବେ ଏହି ନଦୀ ନିକଟରୁ ଏକ ମଣିଷ ଖପୁରୀ ମିଳିଥିଲା । ତେବେ ଏହି ଖପୁରୀର ଫରେନ୍ସିକ ଯାଂଚ ମଧ୍ୟ କରାଯାଇଥିଲା । ଆଉ ଏହା ବହୁ ପୁରାତନ କାଳର ଅଥବା ୮ଶହ ବର୍ଷ ପୂର୍ବର ବୋଲି ଜଣାପଡ଼ିଥିଲା । ଗୋଟିଏ ବର୍ଷ ମରୁଡ଼ି ପାଇଁ ଏଠାରେ ଜଳସ୍ତର କମିଯାଇଥିଲା । ଏହି କାରଣରୁ ନଦୀରୁ ଖପୁରୀ ମିଳିଥିବା କୁହାଯାଏ । ଆଉ ଫରେନସିକ୍ ରିପୋର୍ଟରୁ ମଧ୍ୟ ଜଣାପଡ଼ିଥିଲା କି, ଏହି ଖପୁରୀରେ ଆଘାତ ଚିହ୍ନ ମଧ୍ୟ ରହିଥିଲା । ତେବେ ସେ ଯାହା ବି ହେଉ ଆଜି ମଧ୍ୟ ଏହି ନଦୀର ରହସ୍ୟ ରହସ୍ୟଘେରରେ ରହିଛି ।