ବାହାରି ପାରିଲାନି ନିଷ୍କର୍ଷ । ଶିକ୍ଷକଙ୍କ ଦାବି ନେଇ ମନ୍ତ୍ରୀସ୍ତରୀୟ ବୈଠକରେ ତୁଟିଲାନି ଶିକ୍ଷକଙ୍କ ସମସ୍ୟା, ଆନ୍ଦୋଳନ ଜାରି ରଖିବ ମିଳିତ ମଞ୍ଚ।
କନକ ବ୍ୟୁରୋ: ଜାରି ରହିବ ଶିକ୍ଷକଙ୍କ ଆନ୍ଦୋଳନ । ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗରେ ସଚିବାଳୟରେ ହୋଇଥିବା ମନ୍ତ୍ରୀସ୍ତରୀୟ ବୈଠକରେ ବାହାରି ପାରିଲା ନାହିଁ କୌଣସି ନିଷ୍କର୍ଷ । ସମସ୍ୟା ସମାଧାନ ନେଇ ସରକାର ୩ ମାସ ସମୟ ମାଗିଲେ । କିନ୍ତୁ ସମୟସୀମାକୁ ମିଳିତ ମଞ୍ଚ ଗ୍ରହଣ କରୁନାହିଁ । ଯଉଁଥି ପାଇଁ ପୂର୍ବ ପରି ଆନ୍ଦୋଳନ ଜାରି ରଖିବାକୁ କହିଛି ମିଳିତ ମଞ୍ଚ ।
Kanak News is now on WhatsApp
Join and get latest news updates delivered to you via WhatsApp
ସେପଟେ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ସୂଚନା ଦେଇ କହିଛନ୍ତି ଯେ, ଶିକ୍ଷକମାନଙ୍କ ଦାବି ନେଇ ବୈଠକରେ ଆଲୋଚନା କରାଯାଇଛି । ସେମାନଙ୍କ ସମସ୍ୟା ଯାହା ରହିଛି ତାହାର ସମାଧାନ ନେଇ ଏକ୍ସପର୍ଟ ଟିମ୍ ଗଠନ କରାଯିବ । ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁଁ ରାଜ୍ୟର ପ୍ରାୟ ୪ ହଜାର ସ୍କୁଲରେ ତାଲା ଝୁଲୁଛି । ତେଣୁ ଶିକ୍ଷକମାନେ ଆନ୍ଦୋଳନରୁ ବିରତ ରହି ଶିକ୍ଷାଦାନରେ ସାମିଲ ହୁଅନ୍ତୁ ବୋଲି ଗଣଶିକ୍ଷା ମନ୍ତ୍ରୀଙ୍କ ଶିକ୍ଷକ ମିଳିତ ମଞ୍ଚକୁ ଅନୁରୋଧ କରି କହିଛନ୍ତି ।
ବୈଠକରେ ଶିକ୍ଷକ ନେତାଙ୍କ ସହ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା, ଗଣଶିକ୍ଷାମନ୍ତ୍ରୀ ବଦ୍ରିପାତ୍ର ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି । ଦାବି ପୂରଣ ପାଇଁ ଶିକ୍ଷକ ମାନେ ୨୭ ଦିନ ହେଲା ଭୁବନେଶ୍ୱରର ଲୋୟର ପିଏମଜିରେ ଧାରଣାରେ ବସିଛନ୍ତି । ଏପରିକି ଗୁରୁଦିବସକୁ କଳାଦିବସ ଭାବେ ପାଳନ କରିଥିଲେ ଶିକ୍ଷକ । ଗତକାଲି ଶିକ୍ଷକ ମାନଙ୍କ ସହ ଆଲୋଚନା କରିବାକୁ ଗଣଶିକ୍ଷା ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ବାଚସ୍ପତି । ତୁରନ୍ତ ଏହାର ସମାଧାନ ବାହାର କରାଯାଉ ବୋଲି କହିଥିଲେ ବାଚସ୍ପତି ।