ବ୍ଲାକଲିଷ୍ଟ୍ ହୋଇଯିବ ଆପଣଙ୍କ ଫାଷ୍ଟଟ୍ୟାଗ୍! ତୁରନ୍ତ କରିନିଅନ୍ତୁ ଏହି କାମ

441

କନକ ବ୍ୟୁରୋ : ଯଦି ଆପଣଙ୍କର କାର୍ କିମ୍ବା ବଡ ଗାଡି ଅଛି ଆଉ ଆପଣ ଟୋଲ୍ ଟ୍ୟାକ୍ସ ଦେଉଛନ୍ତି ତେବେ ଆପଣଙ୍କ ପାଇଁ ବଡ ଖବର । ଆପଣଙ୍କ ଗାଡିରେ ଲାଗିଥିବା ଫାଷ୍ଟଟ୍ୟାଗ୍ ବ୍ଲାକ୍ ଲିଷ୍ଟ୍ ହେବାକୁ ଯାଉଛି । ନ୍ୟାସନାଲ୍ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (ଏନଏଚଏଆଇ) କିଛି ଫାଷ୍ଟଟ୍ୟାଗକୁ ବ୍ଲାକ୍ ଲିଷ୍ଟ୍ କରିବାକୁ ଯାଉଛନ୍ତି । ଯଦି ଆପଣଙ୍କର ବି ଫାଷ୍ଟଟ୍ୟାଗ୍ ବ୍ଲାକ୍ ଲିଷ୍ଟ୍ ହେଉଛି ଏବଂ ଆପଣ ଟୋଲ ପ୍ଲାଜା ଦେଇ ଗତି କରୁଛନ୍ତି ତେବେ ସେଠାରେ ଆପଣଙ୍କୁ ପେନାଲ୍ଟି ବା ଫାଇନ୍ ଦେବାରୁ ପଡିପାରେ । ତେବେ ଆସନ୍ତୁ ଜାଣିବା ଆପଣଙ୍କ ଫାଷ୍ଟଟ୍ୟାଗ୍ ସୁରକ୍ଷିତ ଅଛି କି ନାହିଁ । ଯଦି ସୁରକ୍ଷିତ ନଥିବ ତାହେଲେ କଣ କରିବାକୁ ପଡିବ ।
ସଡକ ପରିବହନ ମନ୍ତ୍ରାଳୟ ପକ୍ଷରୁ କହୁଯାଇଛି କି, ଯେଉଁମାନଙ୍କ ଫାଷ୍ଟଟ୍ୟାଗ୍ ଆଧାର କାର୍ଡ ସହ ଲିଙ୍କ୍ ନାହିଁ ସେମାନଙ୍କ ଫାଷ୍ଟଟ୍ୟାଗକୁ ବ୍ଲାକ୍ ଲିଷ୍ଟ୍ କରିଦିଆଯିବ । କାରଣ ଆଧାର ସହ ଲିଙ୍କ୍ ନହେବା କାରଣରୁ ଫାଷ୍ଟଟ୍ୟାଗରୁ ଅପ ବ୍ୟବହାର ହେଉଛି । ତେଣୁ ଆଧାର ସହ ଲିଙ୍କ୍ ନଥିବା ଫାଷ୍ଟଟ୍ୟାଗ୍ ଗୁଡିକୁ ବ୍ଲାକ୍ ଲିଷ୍ଟ୍ କରିଦିଆଯିବ ।
ଏମିତି କରନ୍ତୁ କେୱାଇସି :
ଆପଣ https// fastag. ihmcl.com/  ୱେବସାଇଟ୍ ଯାଇ ରେଜିଷ୍ଟର କରିପାରିବେ । ଏହାକୁ ଲଗଇନ୍ କରିବା ପାଇଁ ମୋବାଇଲ୍ ନମ୍ବର ଦେଇ ଓଟିପି ମାଧ୍ୟମରେ ଲଗ୍ ଇନ୍ କରିପାରିବେ । ଏହା ପରେ ଡ୍ୟାସବୋର୍ଡ ମେନ୍ୟୁରେ ମାଇଁ ପ୍ରୋଫାଇଲ୍ ବିକଳ୍ପ ଆସିବ । ପରେ କେୱାଇସି ସବ୍-ସେକ୍ସନକୁ ଯାଆନ୍ତୁ । ଏଠାରେ ଆଇଡି ପ୍ରୁଫ୍, ଠିକଣା, ଫଟୋ ଅପଲୋଡ୍ କରି ସବମିଟ୍ କରିବାକୁ ପଡିବ ଏହା ପରେ କେୱାଇସି ହୋଇଯିବ । ଏହା ପରେ ଆପଣ ଯେଉଁ କମ୍ପାନୀର ଫାଷ୍ଟଟ୍ୟାଗ୍ ବ୍ୟବହାର କରୁଥିବେ । ସେହି କମ୍ପାନୀର ଆପ ଡାଉନଲୋଡ୍ କରି ଆପ୍ ସାହାଯ୍ୟରେ ମଧ୍ୟ କେୱାଇସି କରିପାରିବେ