ବାତ୍ୟା ପୀଡିତଙ୍କୁ ମିଳିବ ମାଗଣା କିରୋସିନ । ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ପରେ ୧ ହଜାର କିଲୋ ଲିଟର କିରୋସିନ ଯୋଗାଇ ଦେବାକୁ ଧର୍ମେନ୍ଦ୍ର ଦେଲେ ପ୍ରତିଶ୍ରୁତି ।

186

କନକ ବ୍ୟୁରୋ : ବାତ୍ୟା ‘ଫୋନି’ ପୀଡିତଙ୍କୁ ମିଳିବ ମାଗଣା କିରୋସିନି । ବାତ୍ୟା ପ୍ରଭାବିତ ପରିବାର ମାନଙ୍କ ପାଇଁ ମାଗଣାରେ ହଜାରେ କିଲୋ ଲିଟର କିରୋସିନ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରାଳୟକୁ ଅନୁରୋଧ କରିଥିଲେ । ଆଉ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ୧ ହଜାର କିଲୋ ଲିଟର କିରୋସିନ ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏଥିପାଇଁ ୧ ହଜାର କିଲୋ ଲିଟର କିରୋସିନର ମୂଲ୍ୟ ୩.୨ କୋଟି ଟଙ୍କା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟର ରାଷ୍ଟ୍ରାୟତ ଉଦ୍ୟେଗ ଏହି ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଅଥବା ରାଜ୍ୟ ତହବିଲକୁ ଯୋଗାଇ ଦେବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ପତ୍ରରେ କହିଛନ୍ତି, ୧ ହଜାର କିଲୋଲିଟର କିରୋସିନ ପାଇଁ ଆବଶ୍ୟକିୟ ଅର୍ଥ ରାଜ୍ୟ ସରକାରଙ୍କୁ ଯୋଗାଇ ଦେବା ସହ ତାଙ୍କ ମନ୍ତ୍ରଣାଳୟ ତରଫରୁ ଆଉ ଅତିରିକ୍ତ ୧ ହଜାର କିଲୋଲିଟର କିରୋସିନ ରାଜ୍ୟ ସରକାର ସରକାରୀ ବ୍ୟବସ୍ଥାରେ ନେବା ପାଇଁ ଆବଶ୍ୟକିୟ ଅନୁମତି ପ୍ରଦାନ କରାଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ବାତ୍ୟା ପରେ ପରେ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ, ଡିଜେଲ୍ ଓ ଏଲପିଜି ଉପଲବ୍ଧ କରାଯାଇଛି ।