ଅଯୋଧ୍ୟା ଶୁଣାଣି ପରେ ଗଣମାଧ୍ୟମକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପରାମର୍ଶ । ଧର୍ମୀୟ ଭାବନାକୁ ଆଘାତ କରୁଥିବା କୌଣସି ଖବର ପ୍ରସାରିତ ନକରିବାକୁ କଡ଼ା ଚେତାବନୀ
କନକ ବ୍ୟୁରୋ: ଅଯୋଧ୍ୟା ରାୟ ପରେ ଦେଶରେ ଖୁସିର ମାହୋଲ ଥିବାବେଳେ ଗଣମାଧ୍ୟମ ଉପରେ ଲାଗିଲା କଟକଣା । ପ୍ରୋଗ୍ରାମ କୋଡ୍ ସିଟିଏନ ଆକ୍ଟ ୧୯୯୫ ଅନୁସାରେ ଗଣମାଧ୍ୟମ ଉପରେ କଟକଣା ଲଗାଇଲେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ । ଅଯୋଧ୍ୟା ରାୟକୁ ନେଇ ସୁପ୍ରିମକୋର୍ଟରେ ହୋଇଥିବା ଶୁଣାଣିକୁ ନେଇ ବୈଦ୍ୟୁତିକ ଗଣମାଧ୍ୟମ, ଡିଟିଏଚ୍ ଅପରେଟର ଏବଂ କେବୁଲ ଅରେଟରର୍ସମାନେ କୌଣସି ପ୍ରକାର ଦେଶଦ୍ରୋହୀ କିମ୍ବା ଧାର୍ମିକ ଭାବନାକୁ କ୍ଷୂର୍ଣ୍ଣ କରୁଥିବା ଖବରକୁ ପ୍ରସାରଣ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
କେବୁଲ ଟଭି (ରେଗୁଲେସନ) ୧୯୯୫ ଅନୁସାରେ ବୈଦୁତିକ ଗଣମାଧ୍ୟମ ସଂସ୍ଥାମାନେ ଅଯୋଧ୍ୟ ମାମଲା ନେଇ ସୁପ୍ରିମକୋର୍ଟଙ୍କ ଶୁଣାଣି ଅନୁସାରେ ଖବର ପ୍ରସାରଣ କରିବେ । ଏବଂ ଶୁଣାଣି ହୋଇଥିବା ସମସ୍ତ ତଥ୍ୟ ଆଧାରିତ ଖବର ପ୍ରସାରଣ କରିବାକୁ ପରାମର୍ଶ । ଅନ୍ୟପଟେ କୌଣସି ଅର୍ଦ୍ଦସତ୍ୟ କିମ୍ବା ମିଥ୍ୟାପୂର୍ଣ୍ଣ ଖବରକୁ ବାରଣ କରାଯାଇଛି ।
ସେହିଭଳି ଦେଶତ୍ମକଭାବନାକୁ କ୍ଷୂର୍ଣ୍ଣ କରୁଥିବା କୌଣସି ଖବରକୁ ପ୍ରୋତ୍ସାହନ ନଦେବାକୁ ମନ୍ତ୍ରଣାଳୟ ପରାମର୍ଶ ଦେଇଛନ୍ତି । ହିଂସାପୂର୍ଣ୍ଣ କିଛି ବି ଘଟଣାବଳୀ କିମ୍ବା କୋର୍ଟ ବିରୁଦ୍ଧାଚରଣ କରୁଥିବା ଖବରକୁ ସ୍ଥାନ ନଦେଇ ଧର୍ମୀୟ ଭାବନାକୁ ବଜାୟ ରଖିବା ପାଇଁ ସମସ୍ତ ଗଣମାଧ୍ୟମ, କେବୁଲ ଟିଭି ସଂସ୍ଥାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରଣାଳୟ ।