ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ କେନ୍ଦ୍ର ସରକାରଙ୍କ ତରଫରୁ ଯବାନଙ୍କ ସୁରକ୍ଷାକୁ ଆଖିଆଗରେ ରଖି ଗୁରୁବାର ଏକ ବଡ ନିଷ୍ପତ୍ତି ନଆଯାଇଛିି । ରିପୋର୍ଟ ମୁତାବକ , ଗୃହ ମନ୍ତ୍ରାଳୟ ତରଫରୁ ସୂଚନା ମିଳିଛି କି ଏବେ ଯବାନମାନଙ୍କୁ ବିମାନ ମାଧ୍ୟମରେ ଯିବା ଆସିବା କରିବାର ସୁବିଧା ମିଳିବ । ଗୃହ ମନ୍ତ୍ରାଳୟ ତରଫରୁ କେନ୍ଦ୍ରୀୟ ସଶସ୍ତ୍ର ଅର୍ଦ୍ଧସୈନିକ ବଳର ସବୁ ଯବାନଙ୍କୁ ଦିଲ୍ଲୀ-ଶ୍ରୀନଗର, ଶ୍ରୀନଗର-ଦିଲ୍ଲୀ, ଜମ୍ମୁ - ଶ୍ରୀନଗର ଏବଂ ଶ୍ରୀନଗର- ଜମ୍ମୁ କ୍ଷେତ୍ରରେ ବିମାନରେ ଯାତାୟତ କରିବା ପାଇଁ ମଞ୍ଜୁରୀ ମିଳିଯାଇଛି ।
ସରକାରଙ୍କ ଏହି ଘୋଷଣା ପରେ ୭ ଲକ୍ଷ ୮୦ ହଜାର ଯବାନଙ୍କୁ ଏହାର ଫାଇଦା ମିଳିବ । ଏଥିରେ କନେଷ୍ଟବଳ,ହେଡ୍ କନେଷ୍ଟବଳ ଏବଂ ଏଏସଆଇଙ୍କୁ ମଧ୍ୟ ସାମିଲ୍ କରାଯିବ । ଆପଣଙ୍କୁ କହିରଖୁଛୁ ପ୍ରଥମେ ଏମାନଙ୍କୁ ଏହି ସୁବିଧାରୁ ବଂଚିତ କରାଯାଇଥିବା ବେଳେ କିନ୍ତୁ ବର୍ତ୍ତମାନ ଯବାନମାନଙ୍କୁ ଛୁଟିରେ ଘରକୁ ଯିବା ଏବଂ ଆସିବାରେ ଏବେ ବିମାନ ଯାତ୍ରାର ସୁବିଧା କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/02/jammu-sandeash.jpg)
/kanak/media/post_attachments/wp-content/uploads/2019/02/whatsapp-image-2019-02-21-at-20610-pm_5c6e65f050aae-225x300.jpeg)
/kanak/media/post_attachments/wp-content/uploads/2019/02/pulwama2-300x156.jpg)