କନକ ବ୍ୟୁରୋ: ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ପାଇଁ ଆଶ୍ୱସ୍ତିର ଖବର । ଖୁବଶୀଘ୍ର ସ୍ୱଦେଶ ଫେରିବେ ଭାରତୀୟ । ୟୁକ୍ରେନରୁ ପୋଲାଣ୍ଡ ରାସ୍ତା ଦେଇ ଭାରତୀୟ ମାନଙ୍କୁ ଅଣାଯିବ । ତେବେ ୟୁକ୍ରେନ ସଙ୍କଟ ନେଇ ବିଦେଶ ମନ୍ତ୍ରାଳୟର ପ୍ରେସମିଟ ପରେ ଏହା ସ୍ପଷ୍ଟ ହୋଇଛି । ୟୁକ୍ରେନର ସ୍ଥିତି ଗମ୍ଭୀର ରହିଛି ଆଉ ଏହି ସମୟରେ ପ୍ରତି ଭାରତୀୟଙ୍କ ସୁରକ୍ଷା ଆମ ପାଇଁ ପ୍ରାଥମିକତା । ୟୁକ୍ରେନରୁ ସମସ୍ତ ଭାରତୀୟଙ୍କୁ ସୁରକ୍ଷିତ ପ୍ରତ୍ୟାବର୍ତ୍ତନକୁ ଗୁରୁତ୍ୱ ଦିଆଯିବ ।

ତେବେ ପୋଲାଣ୍ଡ ଓ ହଙ୍ଗେରୀ ରାସ୍ତା ଦେଇ ଭାରତୀୟଙ୍କୁ ଅଣାଯିବ । ରୋମାନିଆ ଓ ସ୍ଲୋଭାକିଆ ରାସ୍ତା ଦେଇ ମଧ୍ୟ ଭାରତୀୟଙ୍କୁ ୟୁକ୍ରେନ ସୀମାରୁ ଉଦ୍ଧାର କରାଯିବ । ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଦୂତାବାସ ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ତେବେ ଇତି ମଧ୍ୟରେ ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ଜାରି ଥିବା ବେଳେ ପୁଟିନଙ୍କ ସହ କଥା ହୋଇପାରନ୍ତି ମୋଦି ।