ଅଧିକ ଶକ୍ତିଶାଳୀ ହେବ ଭାରତୀୟ ସେନା । ସାମିଲ ହେବ ୯୮ଟି ଲଢୁଆ ଯୁଦ୍ଧ ବିମାନ ‘ତେଜସ୍ ଏମକେ ଏ-ୱାନ’ ।

104

କନକ ବ୍ୟୁରୋ: ଅଧିକ ଶକ୍ତିଶାଳୀ ହେବ ଭାରତୀୟ ସେନା । ଖୁବଶୀଘ୍ର ସାମିଲ ହେବ ୯୮ଟି ଲଢ଼ୁଆ ଯୁଦ୍ଧ ବିମାନ ‘ତେଜସ୍ ଏମକେ ଏ-ୱାନ’ । ଏହି ସ୍ୱଦେଶୀ ଲଢ଼ୁଆ ବିମାନର ଟେଣ୍ଡର ମିଳିଛି ହିନ୍ଦୁସ୍ତାନ ଏରୋନେଟିକ ଲିମିଟେଡକୁ । ପାଖାପାଖି ୭ ହଜାର କୋଟି ବ୍ୟୟରେ ନିର୍ମିତ କରାଯିବ । ୪ ମାସ ପୂର୍ବରୁ ବିମାନଗୁଡିକ ସେନାରେ ସାମିଲ କରିବା ପାଇଁ କେନ୍ଦ୍ର କ୍ୟାବିନେଟରୁ ଅନୁମୋଦନ ମିଳିବା ପରେ ଶୁକ୍ରବାର ହାଲକୁ ମିଳିଛି ନିର୍ମାଣ ପାଇଁ ଟେଣ୍ଡର । ୨୦୨୧ ମସିହାରେ ୪୮ହଜାର କୋଟି ବଜେଟରେ ୮୫ଟି ବିମାନ ନିର୍ମାଣ କରାଯାଇଥିଲା । ମାର୍ଚ୍ଚ ୨୮ରେ ‘ତେଜସ୍ ଏମକେ ଏୱାନ’ର ପ୍ରଥମ ଝଲକ ଦେଖିବାକୁ ମିଳିଥିଲା ୨୦୨୮ ମସିହର ସୁଦ୍ଧା ମୋଟ ୮୩ଟି ତେଜସକୁ ସେନାରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଯୁଦ୍ଧ ବିମାନର ଘଣ୍ଟା ପ୍ରତିବେଗ ରହିଛି ୨୨୨୦ କିଲୋମିଟ । ଏଥିରେ ଖଞ୍ଜାଯାଇଛି ଆଡଭାନ୍ସ ରାଡ଼ାର ।