ପୁଅ ପାଇଁ ବାଟ ଛାଡୁଛନ୍ତି ବାପା ! ବୟସ୍କ ନେତାଙ୍କ ଅବସର ପ୍ରସଙ୍ଗରେ ମୁହଁ ଖୋଲିଲେ ବିଜେଡି ମନ୍ତ୍ରୀ

Advertisment
ପୁଅ ପାଇଁ ବାଟ ଛାଡୁଛନ୍ତି ବାପା ! ବୟସ୍କ ନେତାଙ୍କ ଅବସର ପ୍ରସଙ୍ଗରେ ମୁହଁ ଖୋଲିଲେ ବିଜେଡି ମନ୍ତ୍ରୀ

କନକ ବ୍ୟୁରୋ : ପୁଣି ଚର୍ଚ୍ଚାକୁ ଆସିଛି ବୟସ୍କ ନେତାଙ୍କ ଅବସର ପ୍ରସଙ୍ଗ । ଉତ୍ତରାଧିକାରୀଙ୍କ ପାଇଁ ବାଟ ଛାଡୁଛନ୍ତି ବୟସ୍କ ନେତା । ଜଣେ ଜଣେ ଉତ୍ତରାଧିକାରୀ ସୃଷ୍ଟି କରିବାକୁ ବୟସ୍କ ନେତାମାନେ ଏମିତି କରୁଛନ୍ତି । ଏକଥା ଆମେ କହୁନୁ, କହୁଛନ୍ତି- ଖୋଦ୍, ରାଜ୍ୟ ସରକାରଙ୍କ ଜଣେ ମନ୍ତ୍ରୀ । ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଏଭଳି ଏକ ବିସ୍ଫୋରଣ ବୟାନ ଦେଇଛନ୍ତି । ଫଳରେ ଯେଉଁ ନେତାମାନେ ନିର୍ବାଚନ ଲଢ଼ିବୁ ନାହିଁ ବୋଲି ଘୋଷଣା କରୁଛନ୍ତି ବା ସେହିଭଳି କିଛି ଚିନ୍ତା କରୁଛନ୍ତି, ସେମାନଙ୍କର ଉଦ୍ଦେଶ୍ୟକୁ ନେଇ ଏବେ ଚର୍ଚ୍ଚା ଜୋରଧରିଛି ।

ଉତ୍ତରାଧିକାରୀ ପାଇଁ ସନ୍ୟାସ ଚିନ୍ତା ?
narasingh mishraକନକ ନ୍ୟୁଜର ସ୍ୱତନ୍ତ୍ର ବିତର୍କରେ ବିରୋଧୀ ଦଳ ନେତାଙ୍କ ବୟାନ୍ ପରେ ନେତାଙ୍କ ଅବସର ବୟସକୁ ନେଇ ଜୋର ଧରିଛି ଚର୍ଚ୍ଚା । ୭୦ ବର୍ଷ ପରେ ସକ୍ରିୟ ରାଜନୀତିରେ ରହି ଲୋକଙ୍କ ସେବା କରିବା ସମ୍ଭବ କି ନୁହେଁ, ତା ଉପରେ ଆସୁଛି ଜଣେ ପରେ ଜଣେ ନେତାଙ୍କ ପ୍ରତିକ୍ରିୟା । ହେଲେ ରାଜନୈତିକ ସ୍ତରରେ ଚର୍ଚ୍ଚା କିନ୍ତୁ ଅଲଗା । କୁହାଯାଉଛି, ନିଜ ନିଜର ଉତ୍ତରାଧିକାରୀ ଅର୍ଥାତ୍ ପୁଅଙ୍କ ପାଇଁ ରାସ୍ତା ସଫା କରିବାକୁ ବରିଷ୍ଠ ନେତାମାନେ ରାଜନୀତିରୁ ଅବସର ନେବାକୁ ଚିନ୍ତା କରୁଛନ୍ତି । ଆଉ ଠିକ୍ ଏତିକି ବେଳେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଦେଇଥିବା ବୟାନ୍, ଆସୁଥିବା ଅଭିଯୋଗକୁ ଆହୁରି ସ୍ପଷ୍ଟ କରିଦେଇଛି ।

ପୁଅଙ୍କ ପାଇଁ ସୁଯୋଗ ସୃଷ୍ଟି କରୁଛନ୍ତି ନେତା ?
publive-imageନରସିଂହ ମିଶ୍ରଙ୍କ ବୟାନ୍ ଏବଂ ପୂର୍ବରୁ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ରଖିଥିବା ମତ, ବୋଧହୁଏ ଏକ ଧାରଣା ସୃଷ୍ଟି କରୁଛି, ଉତ୍ତରାଧିକାରୀଙ୍କ ପାଇଁ ଇଏ ହେଉଛି ଏକ ସୁଚିନ୍ତିତ ପରିକଳ୍ପନା । ଆଉ ଓଡ଼ିଶାରେ ଏ ତାଲିକା ବି ଖୁବ୍ ଲମ୍ବା । ଚର୍ଚ୍ଚା ହେଉଛି-ଦିଗପହଂଡିରୁ ନିର୍ବାଚିତ ହୋଇ ମନ୍ତ୍ରୀ ବନିଥିବା ସୂର୍ଯ୍ୟନାରାୟଣ ପାତ୍ର, ପୁଅ ବିପ୍ଲବ ପାତ୍ରଙ୍କ ପାଇଁ, ପାରାଦୀପରୁ ନିର୍ବାଚିତ ହୋଇ ମନ୍ତ୍ରୀ ବନିଥିବା ଡ.ଡକ୍ଟର ଦାମୋଦର ରାଉତ, ପୁଅ ସମ୍ବିତ ରାଉତରାୟଙ୍କ ପାଇଁ, ଭଣ୍ଡାରୀପୋଖରୀରୁ ମନ୍ତ୍ରୀ ହୋଇଥିବା ପ୍ରଫୁଲ୍ଲ ସାମଲ, ପୁଅ ପ୍ରୟାସକାନ୍ତି ସାମଲଙ୍କ ପାଇଁ, ଭଦ୍ରକରୁ ନିର୍ବାଚିତ ହୋଇଥିବା ଯୁଗଳ ପଟ୍ଟନାୟକ, ପୁଅ ଅସିତ ପଟ୍ଟନାୟକଙ୍କ ପାଇଁ ରାସ୍ତା ଖୋଜୁଛନ୍ତି । ଏମାନଙ୍କ ଠାରୁ କିନ୍ତୁ ପାଦେ ଆଗରେ ବାସୁଦେବପୁରରୁ ନିର୍ବାଚିତ ହୋଇଥିବା ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ । ପୁଅ ବିଷ୍ଣୁବ୍ରତ ରାଉତରାୟଙ୍କ ପାଇଁ ସୁଯୋଗ ସୃଷ୍ଟି କରିବାକୁ ଆଗୁଆ କହିଛନ୍ତି, ୨୦୧୯ ନିର୍ବାଚନ ସେ ଲଢିବେ ନାହିଁ ।

କେଉଁ ବୟସରେ ଅବସର ନେବେ ନେତା ! ରହିବ କି ନେତାଙ୍କ ଅବସର ବୟସ ସୀମା ?
ରାଜନୀତିରେ ପରିବାରବାଦ ଏବଂ ବଂଶବାଦ କିଛି ନୁଆ କଥା ନୁହେଁ । କିନ୍ତୁ ସଂପର୍କୀୟଙ୍କ ପାଇଁ ଯୋଗ୍ୟତାକୁ ଯଦି ଅଣଦେଖା କରାଯାଏ ଏବଂ ବୟସକୁ ବାହାନା କରି ପୁଅଙ୍କ ପାଇଁ ବାପା ଯଦି ବାଟ ଛାଡ଼ି ଦିଅନ୍ତି, ତେବେ ଏହା ସୁସ୍ଥ ରାଜନୈତିକ ପରମ୍ପରା କମ୍ ଏବଂ ରାଜନୈତିକ ବିରାସତ୍ ଅଧିକ ଥିବାର ବାର୍ତ୍ତା ଦେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe