କମଲ ହାସନଙ୍କ ପ୍ରଥମ ହିନ୍ଦୁ ଆତଙ୍କବାଦୀ ମନ୍ତବ୍ୟ ଉପରେ ନେତାଙ୍କ ହମଲା : କିଏ କହିଲା ‘ସାପ’ ତ ଆଉ କିଏ କହିଲା ଜିଭ କାଟି ଦିଅ

Advertisment
କମଲ ହାସନଙ୍କ ପ୍ରଥମ ହିନ୍ଦୁ ଆତଙ୍କବାଦୀ ମନ୍ତବ୍ୟ ଉପରେ ନେତାଙ୍କ ହମଲା : କିଏ କହିଲା ‘ସାପ’ ତ ଆଉ କିଏ କହିଲା ଜିଭ କାଟି ଦିଅ

source : Times of India

ତାମିଲନାଡୁର ମନ୍ତ୍ରୀ କେଟି ରାଜେନ୍ଦ୍ର ବାଲାଜୀ କମଲ ହାସନଙ୍କ ଦ୍ୱାରା ନାଥୁରାମ ଗୋଡସେଙ୍କୁ ସ୍ୱାଧୀନ ଭାରତର ପ୍ରଥମ ହିନ୍ଦୁ ଆତଙ୍କବାଦୀ କହିବା ଉପରେ ଆକ୍ରମଣ କରିଛନ୍ତି । ସେ କହିଛନ୍ତି କି, “କମଲ ହାସନଙ୍କ ଜିଭ କାଟିଦେବା ଉଚିତ୍ । ଜଣେ ବ୍ୟକ୍ତିଙ୍କ ଖରାପ କାମ ପାଇଁ ପୁରା ସମାଜକୁ ଆକ୍ଷେପ କରାଯାଇପାରିବନି । ଅଳ୍ପସଂଖ୍ୟକଙ୍କ ଭୋଟ୍ ହାସଲ କରିବା ପାଇଁ ହାସନ ଏହି ବୟାନ ଦେଇଛନ୍ତି । ନିର୍ବାଚନ ଆୟୋଗ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍ ।

ସୂଚନାଯୋଗ୍ୟ, କମଲ ହାସନ ଅରାୱାକୁରୁଚି ବିଧାନସଭା ମଣ୍ଡଳୀରେ ନିର୍ବାଚନୀ ପ୍ରଚାର ସମୟରେ କହିଥିଲେ କି, ସ୍ୱାଧୀନ ଭାରତର ପ୍ରଥମ ଆତଙ୍କବାଦୀ ହିନ୍ଦୁ ଥିଲା ଓ ତା’ ନାଁ ନାଥୁରାମ ଗଡସେ । କମଲଙ୍କ ବୟାନ ପରେ ବିଜେପି ନେତା ଗିରିରାଜ ସିଂହ କମଲ ହାସନଙ୍କ ଉପରେ ହମଲା କରିଛନ୍ତି । ହିନ୍ଦୁମାନେ ହାସନ ଭଳି ‘ସାପ’କୁ ମଧ୍ୟ ମହାନ କରିଦେଇଛନ୍ତି । ତାଙ୍କ ଭାଷା ଭାରତକୁ ଅପମାନ ଦେଉଥିବା ଭାଷା । ହିନ୍ଦୁଙ୍କୁ ବଦନାମ କରିବା ବନ୍ଦ କର କାହିଁକିନା ହିନ୍ଦୁ କେବେ ଆତଙ୍କବାଦୀ ହୋଇପାରିବନି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe