ଦମକଳ କେନ୍ଦ୍ର ଖୋଲିବା ନିୟମ ନେଇ ବିଧାୟକଙ୍କ ପ୍ରଶ୍ନରେ ମନ୍ତ୍ରୀଙ୍କ ଉତ୍ତର: ମନ୍ତ୍ରୀଙ୍କ ଉତ୍ତରରେ ସନ୍ତୁଷ୍ଟ ନଥିବା କହି ପ୍ରଶ୍ନ ଉଠାଇଲେ ବିଧାୟକ ପଦ୍ମଲୋଚନ ପଣ୍ଡା

Advertisment
ଦୁଇ ଦିନର ବିରତି ପରେ ଆଜି ପୁଣି ବିଧାନସଭା । ଆଜି ଆଗତ ହେବ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ

କନକ ବ୍ୟୁରୋ: ଦମକଳ କେନ୍ଦ୍ର ଖୋଲିବା ନିୟମ ନେଇ ବିଜେପି ବିଧାୟକଙ୍କ ପ୍ରଶ୍ନରେ ମନ୍ତ୍ରୀଙ୍କ ଉତ୍ତର। ରାଜ୍ୟରେ ଗୋଟିଏ ବ୍ଲକରେ ଗୋଟିଏ ଦମକଳ କେନ୍ଦ୍ର ପାଇଁ ରହିଛି ସରକାରୀ ନିୟମ। ଏହି ନିୟମ ଅନୁସାରେ ରାଜ୍ୟର ସମସ୍ତ ୩୧୪ ବ୍ଲକରେ ଅଗ୍ନିଶମ କେନ୍ଦ୍ର କାର୍ଯ୍ୟକାରୀ ହେଉଥିବା ବିଧାନସଭାରେ ଉତ୍ତର ରଖିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଆଉ ମନ୍ତ୍ରୀଙ୍କ ଉତ୍ତରରେ ସନ୍ତୁଷ୍ଟ ନଥିବା କହି ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି ଶାସକ ଦଳ ବିଧାୟକ ପଦ୍ମ ଲୋଚନ ପଣ୍ଡା। ରାଜ୍ୟ ସରକାରଙ୍କୁ ଗୃହରେ ଘେରିଛନ୍ତି ସିମୁଳିଆ ବିଧାୟକ। ମନ୍ତ୍ରୀ ବିଧାନସଭାରେ ବିଚିତ୍ର ଉତ୍ତର ଦେଉଥିବା କହିଛନ୍ତି। ଅଫିସରମାନେ ମନ୍ତ୍ରୀଙ୍କୁ ଭୁଲ ତଥ୍ୟ ଦେଉଛନ୍ତି ଆଉ ମନ୍ତ୍ରୀ ଗୃହରେ ଭୁଲ ତଥ୍ୟ ଉପସ୍ଥାପନ କରୁଛନ୍ତି। ସିମୁଳିଆର ଦମକଳ କେନ୍ଦ୍ର ସଂକ୍ରାନ୍ତରେ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ କିଛି ଜଣାନଥିବା କହିଛନ୍ତି ବିଧାୟକ ପଦ୍ମ ଲୋଚନ ପଣ୍ଡା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe