କନକ ବ୍ୟୁରୋ : ଆଜି ଗଢା ହୋଇଛି କର୍ଣ୍ଣାଟକ ବୋମାଇ ସରକାରଙ୍କ ନୂଆ କଳେବର । ଶପଥ ନେଇଛନ୍ତି ୨୯ ମନ୍ତ୍ରୀ । ରାଜ୍ୟପାଳ ଥାୱାରଚନ୍ଦ ଗେହଲଙ୍କ ଦ୍ୱାରା ରାଜଭବନଠାରେ ନୂଆ ମନ୍ତ୍ରୀମାନଙ୍କ ଶପଥପାଠ ହୋଇଛି । ନୂଆ ମନ୍ତ୍ରୀମଣ୍ଡଳରେ ନୂଆ ପୁରୁଣା ଉଭୟ ମନ୍ତ୍ରୀଙ୍କୁ ସ୍ଥାନ ଦିଆଯାଇଛି ।

Advertisment

ଏଥିରେ ୭ଜଣ ପଛୁଆ ବର୍ଗ, ୩ଜଣ ଅନୁସୂଚିତ ଜାତି , ଜଣେ ଅନୁସୂଚିତ ଉପଜାତି, ୭ ଭୋକାଲିଗାଜ୍, ୮ ଲିଙ୍ଗାୟତ୍, ଓ ରେଡ୍ଡି ସମ୍ପ୍ରଦାୟ ଜଣେ ମହିଳା ମନ୍ତ୍ରୀଙ୍କୁ ସ୍ଥାନ ମିଳିଛି । ଏହି ମନ୍ତ୍ରୀ ମଣ୍ଡଳରେ କୌଣସି ଉପମୁଖ୍ୟମନ୍ତ୍ରୀ ପଦ ନାହିଁ । ଦଳର ହାଇକମାଣ୍ଡଙ୍କ ନିର୍ଦ୍ଦେଶ କ୍ରମେ ମନ୍ତ୍ରୀମଣ୍ଡଳର ଏହି ତାଲିକା ପ୍ରସ୍ତୁତ ହୋଇଥିଲା । କ୍ୟାନେଟରେ କୌଣସି ଉପମୁଖ୍ୟମନ୍ତ୍ରୀ ପଦ ନରଖିବାକୁ ସେ ନିର୍ଦ୍ଦେଶ ମଧ୍ୟ ଦେଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ବୋମାଇ ।

ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପାଙ୍କ ପୁଅ ବିଜେୟେନ୍ଦ୍ରଙ୍କୁ କ୍ୟାବିନେଟରେ ସ୍ଥାନ ନମିଳିବା ନେଇ ପ୍ରଶ୍ନ କରାଯାଇଥିଲେ ବି କିଛି କହିବାକୁ ମନା କରିଥିଲେ ବୋମାଇ । ଏହି ତାଲିକା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମୀତ ଶାହ, ବିଜେପି ଜାତୀୟ ସଭାପତି ଜେ.ପି ନଡ୍ଡାଙ୍କ ତତ୍ତ୍ୱାବଧାନରେ ହୋଇଛି । ଏହାସହ କର୍ଣ୍ଣାଟକ ଦାୟିତ୍ୱରେ ଥିବା ଦଳର ଜାତୀୟ ସାଧାରଣ ସମ୍ପାଦକ ଏ ବିଷୟରେ ବିଜେୟେନ୍ଦ୍ରଙ୍କ ସହ ଆଲୋଚନ କରିଛନ୍ତି । ତେଣୁ ଏହି ବିଷୟରେ କୌଣସି ଟିପ୍ପଣୀ ଦେବାକୁ ମନା କରିଛନ୍ତି ମୁଖ୍ୟମନ୍ତ୍ରୀ ବୋମାଇ ।